ହକି ମହାକୁମ୍ଭ : ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିସିପି ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷ

Published By : Prameya-News7 Bureau | December 28, 2022 IST

ଭୁବନେଶ୍ୱର ୨୮।୧୨ : ହକି ବିଶ୍ୱକପ୍‌ ପ୍ରସ୍ତୁତି । ଭୁବନେଶ୍ୱର ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଭୁବନେଶ୍ୱର ଡିସିପି ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷ ।

ଖବର ଅନୁଯାୟୀ, ଆସନ୍ତା ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ଵର ଏବଂ ରାଉରକେଲାରେ ଅନୁଷ୍ଠିତ ହେବ ହକି ବିଶ୍ଵକପ୍। ଏନେଇ ଭୁବନେଶ୍ଵର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିସିପି ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷ। ବିମାନ ବନ୍ଦର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ତା ଯାଞ୍ଚ୍ କରାଯାଇଛି। ବିଶ୍ୱକପ୍‌ ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ। ବାହାର ଦେଶରୁ ଆସୁଥିବା ଖେଳାଳିଙ୍କ ସୁରକ୍ଷା ଉପରେ ସ୍ଵତନ୍ତ୍ର ନଜର ରଖାଯିବ।

ସେହିପରି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ, ଖେଳାଳିମାନଙ୍କ ପାଇଁ ବିମାନବନ୍ଦର ଭିତରେ ସେଲଫି ଜୋନ ରଖାଯିବ। ଏହା ସହିତ ବିମାନବିନ୍ଦରରେ ଖେଳାଳିଙ୍କ ଦୃଷ୍ଟି ଆର୍କଷଣ ପାଇଁ ବାଲୁକ କଳା ମଧ୍ୟ କରାଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.