ପାଖେଇ ଆସୁଛି ହକି ବିଶ୍ୱକପ୍, ରାଜଧାନୀରେ ଚାଲିଥିବା କାମର ତଦାରଖ କଲେ ୨ IAS
21/12/2022 at 12:00 PM

ଭୁବନେଶ୍ୱର ୨୧।୧୨ : ହକି ବିଶ୍ଵ ପାଇଁ ସଜେଇ ହେଉଛି ରାଜଧାନୀ । ସୁନ୍ଦର ଦିଶିବ ମନ୍ଦିର ମାଳିନୀ ସ୍ମାର୍ଟ ସିଟି ଭୁବନେଶ୍ଵର । ଚାଲିଛି ବିଉଟିଫିକେସନ ଏବଂ ପେଣ୍ଟିଂ କାମ । ସଫା ସୁତୁରା ସହ ରାସ୍ତା ଉନ୍ନତି ଲାଇଟିଂ କାମ ଆଗେଇ ଚାଲିଛି।
ସେପଟେ ସରକାରୀ ଅଧିକାରୀଙ୍କୁ ଆଉ ଫୁରୁସତ୍ ନାହିଁ । ଘନ ଘନ ବୈଠକ ସହ ଚାଲିଛି ମାରାଥନ ଫିଲ୍ଡ ପରିଦର୍ଶନ । ପାହାନ୍ତାରୁ ରାଜଧାନୀର ପଥ ପରିକ୍ରମା କରିଛନ୍ତି ଦୁଇ ଆଇଏଏସ ଅଧିକାରୀ । ବିଡିଏ ଉପାଧ୍ୟକ୍ଷ ବଲଓ୍ୱନ୍ତ ସିଂହ ଏବଂ ବିଏମ୍ସି କମିଶନର ବିଜୟ ଅମୃତ କୁଲାଙ୍ଗେ ।
ଜୟଦେବ ବିହାରରୁ ରାଜମହଲ ପର୍ଯ୍ୟନ୍ତ ଚାଲି ଚାଲି ହକି ବିଶ୍ଵକପ ଉନ୍ନତିକରଣ କାମ ତଦାରଖ ସହ ଯାଞ୍ଚ କରିଛନ୍ତି । କିଭଳି ଓ କେମିତି ସଫଳତାରେ ସହ ହକି ବିଶ୍ଵ ଆୟୋଜନ ନେଇ ଦୁଇ ବରିଷ୍ଠ ଆଇଏଏସ ଅଧିକାରୀଙ୍କ ହାତରେ ଭୁବନେଶ୍ଵରର ଗୁରୁ ଦାୟିତ୍ଵ ରହିଛି । ଆଗାମୀ ହକି ବିଶ୍ୱକପ୍ ପାଇଁ ବିଡିଏ ଓ ବିଏମ୍ସି ପକ୍ଷରୁ ବିଭିନ୍ନ ଯୋଜନା ପ୍ରସ୍ତୁତ ହୋଇଛି ।