ଭୁବନେଶ୍ୱର ୧୧।୦୧ : ହକି ବିଶ୍ବକପ ଉଦଘାଟନୀ ଉତ୍ସବକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍ କରିଛନ୍ତି । ଐତିହାସିକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ହେବ । ଦର୍ଶକ ଓ ଖେଳାଳିଙ୍କ ପାଇଁ ହୋଇଛି ମନୋରଂଜନ କାର୍ଯ୍ୟକ୍ରମ । ନାମୀଦାମୀ କଳାକାର ଉଦଘାଟନୀ ଉତ୍ସବରେ ସାମିଲ ହେବେ । ଉଦ୍ଘାଟନୀ ଉତ୍ସବରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ ।
ଖବର ଅନୁଯାୟୀ, ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ହକି ବିଶ୍ୱକପ୍ । ଯାହାକି ଜାନୁଆରୀ ୨୯ ପର୍ଯ୍ୟନ୍ତ ଚାଲିବ । ଏହାପୂର୍ବରୁ ବୁଧବାର ଦିନ କଟକରେ ଉଦ୍ଘାଟନୀ ଉତ୍ସବ ହେବ । ଏହି ଉଦ୍ଘାଟନୀ ଉତ୍ସବରେ ବଲିଉଡ୍ର ନାମୀଦାମୀ କଳାକରା ଯୋଗଦେବେ । ଯେପରି କି ରଣବୀର ସିଂହ, ଦିଶା ପଟାନୀ, ସଙ୍ଗୀତ ନିର୍ଦ୍ଦେଶକ ପ୍ରିତମ୍ ପ୍ରମୁଖ ରହିଛନ୍ତି ।
ସେପଟେ ହକି ବିଶ୍ୱକପ୍ ଉଦ୍ଘାଟନୀ ଉତ୍ସବ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡି କରାଯାଇଛି । ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ କଟକର ବାରବାଟି ଷ୍ଟାଡିୟମ୍ରୁ ରଖାଯାଇଛି । ପ୍ରାୟ ୫୦ ପ୍ଲାଟୁନ ପୋଲି ଫୋର୍ସ ମୁତୟନ କରାଯାଇଛି ।