ବୁଧବାର ହକି ବିଶ୍ଵକପ୍‌ର ଉଦଘାଟନୀ ଉତ୍ସବ, ରଣବୀର-ଦିଶା-ପ୍ରୀତମଙ୍କ ନାଚ-ଗୀତରେ ଝୁମିବେ ଦର୍ଶକ, ୨ଟାରୁ ଷ୍ଟାଡିୟମରେ ପ୍ରବେଶ

Published By : Prameya-News7 Bureau | January 10, 2023 IST

କଟକ: ଆସନ୍ତାକାଲି ହକି ବିଶ୍ଵକପ୍‌ର ଉଦଘାଟନୀ ଉତ୍ସବ। କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ପାଇଁ ହୋଇଛି ବ୍ୟାପକ ଆୟୋଜନ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପୁରୁଷ ହକି ବିଶ୍ବକପ୍ ଶୁଭାରମ୍ଭ ଉତ୍ସବକୁ ଦେଖିବ ସାରା ବିଶ୍ଵ । ଉଦ୍‌ଘାଟନୀ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଷ୍ଟାର ଆଇକନ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକ୍‌ରେ ଝୁମିବେ ଦର୍ଶକ। ପ୍ରଥମ ଥର ପାଇଁ କଟକରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍ ଶୋ। ହକି ବିଶ୍ଵକପ୍‌ର ଉଦଘାଟନୀ ଉତ୍ସବ ପାଇଁ ଆସନ୍ତାକାଲି ଅପରାହ୍ଣ ୨ଟାରୁ କଟକର ସମସ୍ତ ଶିକ୍ଷାନୁଷ୍ଠାନରେ ଛୁଟି ଘୋଷଣା କରିଛି ପ୍ରଶାସନ। ଟିକେଟ୍ ଓ ପାସ୍ ପାଇଥିବା ଦର୍ଶକ ଦିନ ୨ଟାରୁ ବାରବାଟୀ ଷ୍ଟାଡିୟମକୁ ପ୍ରବେଶ କରିପାରିବେ ।

{"id":731725,"sizeSlug":"full","linkDestination":"none"}

ଆସନ୍ତାକାଲି ହକି ବିଶ୍ଵକପ୍ ଉଦଘାଟନୀ ଉତ୍ସବ। ଦୁଲୁକିବ କଟକର ବାରବାଟୀ ଷ୍ଟାଡିୟମ। ମତୁଆଲା କରିବେ ରଣବୀର, ଦିଶା । ପ୍ରୀତମଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ। ଆକର୍ଷଣ ସାଜିବ ଡ୍ରୋନ୍ ସୋ। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟାଡିୟମ । ଜଗିବେ ୫୦ ପ୍ଲାଟୁନ୍ ଫୋର୍ସ, ୨ଶହ ଅଫିସର । କଟକରେ ଦିନ ୨ଟାରୁ ସବୁ ଶିକ୍ଷାନୁଷ୍ଠାନରେ ଛୁଟି ।

ଐତିହାସିକ ବାରବାଟୀ ଷ୍ଟାଡିୟମ ଇତିହାସରେ ଯୋଡ଼ି ହେବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ । ଆସନ୍ତାକାଲି ବାରବାଟୀ ମଇଦାନରେ ବାଜିବ ହକି ବିଶ୍ବକପ୍ ବିଗୁଲ । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ହକି ବିଶ୍ଵକପର ଶୁଭାରମ୍ଭ ଉତ୍ସବକୁ ଦେଖିବ ସାରା ବିଶ୍ଵ ଉଦଘାଟନୀ ସଂଧ୍ୟାରେ ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଷ୍ଟାର ଆଇକନ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟ୍ଟାନୀ । ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରିତମଙ୍କ ମ୍ୟୁଜିକ୍ରେ ଝୁମିବେ ଦର୍ଶକ।

{"id":731726,"sizeSlug":"full","linkDestination":"none"}

ପ୍ରଥମ ଥର ପାଇଁ କଟକରେ ଦେଖିବାକୁ ମିଳିବ ଅତ୍ୟାଧୁନିକ ଡ୍ରୋନ୍ ଶୋ` । କଟକ ଆକାଶରେ ଏକକାଳୀନ ୫ଶହ ଡ୍ରୋନ୍ ଉଡ଼ିବା ସହ ଚିକମିକ୍ ଆଲୁଅରେ ହକି ବିଶ୍ବକପ୍ ସମ୍ବନ୍ଧୀୟ ଚିତ୍ର ପ୍ରଦର୍ଶନ କରାଯିବ । ବାରବାଟୀରେ ରାଜ୍ୟ କ୍ରୀଡ଼ା ବିଭାଗର ପ୍ରତ୍ୟକ୍ଷ ତତ୍ବାବଧାନରେ ଉଦଘାଟନୀ ଉତ୍ସବ ଲାଗି ଏକ ଅତ୍ୟାଧୁନିକ ମଞ୍ଚ ପ୍ରସ୍ତୁତ କରାଯାଇଛି । ଆସନ୍ତା କାଲି ଦିନ ୩ଟା ୩୦ରୁ ଆରମ୍ଭ ହେବ କାର୍ଯ୍ୟକ୍ରମ।

ଉଦଘାଟନୀ ଉତ୍ସବ ପାଇଁ ପ୍ରାୟ ୩୦ହଜାର ଦର୍ଶକଙ୍କ ଲାଗି ବ୍ୟବସ୍ଥା କରାଯାଇଛି । ଟିକେଟ୍ ଓ ପାସ୍ ପାଇଥିବା ଦର୍ଶକମାନେ ଦିନ ୨ଟାରୁ ବାରବାଟୀ ଷ୍ଟାଡିୟମରେ ପ୍ରବେଶ କରିପାରିବେ । ତେବେ ଦର୍ଶକମାନେ ଷ୍ଟାଡିୟମ ଭିତରକୁ କୌଣସି ଖାଦ୍ୟପଦାର୍ଥ, ପାଣି ବୋତଲ କିମ୍ବା ଖୁଚୁରା ପଇସା ନେଇପାରିବେ ନାହିଁ । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ବାରବାଟୀ ଷ୍ଟାଡିୟମ । ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୫୦ ପ୍ଲାଟୁନ୍ ଫୋର୍ସ ଏବଂ ୨ଶହ ଅଫିସର ।

{"id":731727,"sizeSlug":"full","linkDestination":"none"}

ବାରବାଟୀରେ ହକି ବିଶ୍ବକପ୍ର ଉଦ୍ଘାଟନୀ ଉତ୍ସବ ଥିବାରୁ ଆସନ୍ତାକାଲି କଟକର ସମସ୍ତ ଶିକ୍ଷାନୁଷ୍ଠାନରେ ଦିନ ୨ଟାରୁ ଛୁଟି ଘୋଷଣା କରାଯାଇଛି । ଆଜି ରାତିରେ  କଟକରେ ବିଶ୍ବକପ୍ ଟ୍ରଫି ପହଞ୍ଚିବା ପରେ ଆସନ୍ତାକାଲି ସକାଳ ୭ଟାରୁ ସହରର ପରିକ୍ରମା କରିବ ।

ଜୋର୍ ଧରିଛି ହକି ଫିଭର । କଟକରେ ବିଶ୍ବକପ୍ ହିକିର ଉଦ୍ଘାଟନୀ ଉତ୍ସବ ହେଉଥିବାରୁ ଏହାକୁ ସ୍ମରଣୀୟ କରିବାକୁ ସମସ୍ତେ ଲାଗିପଡ଼ିଛନ୍ତି । କଟକ ବାଲିଯାତ୍ରା ପଡ଼ିଆରେ  ବାଲୁକା କଳା ମାଧ୍ୟମରେ ଶହେ ଫୁଟର  ଆକର୍ଷଣୀୟ  ହକିଷ୍ଟିକ୍ ଏବଂ ବିଶ୍ଵକପ୍‌ ଅଂଶଗ୍ରହଣ କରୁଥିବା ସମସ୍ତ ଟିମ୍‌ ଜାତୀୟ ପତାକାକୁ ପ୍ରଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ତାଙ୍କ ଟିମ୍।

{"id":731728,"sizeSlug":"full","linkDestination":"none"}

ସେପଟେ ବାରବାଟୀରେ  ହକି ବିଶ୍ବକପ୍ ଉଦ୍ଘାଟନୀ ଉତ୍ସବ ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବଡ଼ ଆୟୋଜନ କରାଯାଇଛି ।  ଷ୍ଟାଡିୟମ ନିକଟରେ ପ୍ରସ୍ତୁତ ହୋଇ ରହିବ ୧୦ଟି ଆମ୍ବୁଲାନ୍ସ । ଏସସିବି ଓ ଅଶ୍ବିନୀ ହସ୍ପିଟାଲର ଦୁଇଟି ଆଡଭାନ୍ସଡ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ଏବଂ ୮ଟି ବେସିକ୍ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ମହଜୁଦ୍ ରହିବ । ଏସସିବି ମେଡିକାଲରେ ମଧ୍ୟ ବିଶେଷ ପ୍ରସ୍ତୁତି କରାଯାଇଛି । କାଜୁଆଲିଟିର ଟ୍ରମା ICUରେ ୧୦ଟି ବେଡ୍ ଓ ହସ୍ପିଟାଲରା ତୃତୀୟ ମହଲାରେ ୫୦ଟି ଜେନେରାଲ୍ ବେଡ୍ ପ୍ରସ୍ତୁତ କରି ରଖାଯାଇଛି ।ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.