ହକି ବିଶ୍ବକପ୍ ଫାଇଟ୍ : କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୪ଟି ମ୍ୟାଚ୍‌, ସଂଧ୍ୟା ୭ଟାରେ ଭାରତ-ଓ୍ବେଲସ୍ ମୁକାବିଲା

Published By : Prameya-News7 Bureau | January 19, 2023 IST

ଭୁବନେଶ୍ୱର ୧୯।୦୧ : ପୁରୁଷ ହକି ବିଶ୍ବକପ୍ ରେ ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ୪ଟି ମ୍ୟାଚ୍ । ଦିନ ଗୋଟାଏରେ ମାଲେସିଆ-ନ୍ୟୁଜିଲ୍ୟାଣ୍ଡ, ଅପରାହ୍ନ ୩ ଟାରେ ନେଦରଲ୍ୟାଣ୍ଡ -ଚିଲି, ସଂଧ୍ୟା ୫ଟାରେ ସ୍ପେନ୍- ଇଂଲଣ୍ଡ ଓ ଏହାପରେ ସଂଧ୍ୟା ୭ଟାରେ ଭାରତ -ୱେଲସ୍ ମଧ୍ୟରେ ମୁକାବିଲା ହେବ । ଗ୍ରୁପ ପର୍ଯ୍ୟାୟରେ ଏହା ଭାରତର ହେବ ଶେଷ ମ୍ୟାଚ୍। ଏହି ମ୍ୟାଚ୍ ଭାରତ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ। ଗ୍ରୁପ୍ ବିଜେତା ଦଳ ହିଁ ସିଧାସଳଖ କ୍ବାର୍ଟରଫାଇନାଲ୍ ସୁଯୋଗ ପାଇବ।

ଗ୍ରୁପ୍ ଡିରେ ଥିବା ଆଜି ଭାରତ ଖେଳିବ ତାର ଶେଷ ମ୍ୟାଚ୍ । ଭାରତ ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ସ୍ପେନ୍ କୁ ୨-୦ ଗୋଲ୍‌ରେ ପରାସ୍ତ କରି ୩ ପଏଣ୍ଟ ପାଇଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ରେ ଇଂଲଣ୍ଡ ସହିତ ଡ୍ର ରଖି ପଏଣ୍ଟ ଭାଗ କରିଥିଲା । ଗ୍ରୁପ୍ ଟେବୁଲ୍‌ରେ ଭାରତ ଓ ଇଂଲଣ୍ଡ ୪ ପଏଣ୍ଟ ଲେଖାଏଁ ପାଇ ସମାନ ସ୍ଥିତିରେ ଅଛନ୍ତି । ୱେଲସ୍ କୌଣସି ପଏଣ୍ଟ ପାଇନଥିବା ବେଳେ ଗୋଟିଏ ମ୍ୟାଚ୍ ଜିତି ୩ ପଏଣ୍ଟ ସହ ସ୍ପେନ୍ ତୃତୀୟ ସ୍ଥାନରେ ରହିଛି । ପ୍ରଥମ ଥର ବିଶ୍ବକପ୍ ଖେଳିବାକୁ ଆସିଥିବା ୱେଲସ୍ ଟିମ୍ ସେତେଟା ଶକ୍ତିଶାଳୀ ନୁହେଁ । ତେଣୁ ଭାରତ ଏହି ମ୍ୟାଚ୍‌କୁ ଭଲ ବ୍ୟବଧାନରେ ବିଜୟୀ ହେଲେ ଗ୍ରୁପ ଟେବୁଲ୍ ଟପ୍‌ରେ ରହିବା ସମ୍ଭାବନା ରହିବ ।

ସେପଟେ  ଭାରତ-ୱେଲସ୍ ମ୍ୟାଚ୍ ପୂର୍ବରୁ ଇଂଲଣ୍ଡ –ସ୍ପେନ୍ ମ୍ୟାଚ୍ ରହିଛି । ଯଦି ଇଂଲଣ୍ଡ ସ୍ପେନ୍ ଠାରୁ ହାରିଗଲା ଏଭଂ ଭାରତ ୱେଲସ୍‌କୁ ହରାଇଲା ତେବେ ଭାରତ ଟେବୁଲ୍ ଟପ୍‌ରେ ରହିବା ନିଶ୍ଚିତ ହୋଇଯିବ । ଏହି ମ୍ୟାଚ୍ ଭାରତ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ହେବ । ଗ୍ରୁପ୍ ଟପ୍‌ରେ ରହିବା ଦଳ ହିଁ ସିଧାସଳଖ କ୍ବାର୍ଟରଫାଇନାଲ୍ ସୁଯୋଗ ପାଇବ। ଦ୍ବିତୀୟ ଓ ତୃତୀୟରେ ରହିଲେ କ୍ରସ୍ ଓଭର ଖେଳି ଆଗକୁ ଯିବାର ସୁଯୋଗ ବି ରହିଛି ।  ଭାରତୀୟ ଟିମ୍ ବି କଳିଙ୍ଗ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରି ପ୍ରସ୍ତୁତ ହୋଇଛି ।

ସେହିପରି ଇଂଲଣ୍ଡ ଯଦି ସ୍ପେନ୍‌କୁ ହରାଇବ । ତେବେ ଭାରତକୁ ୱେଲସ୍ ବିପକ୍ଷ ମ୍ୟାଚ୍‌ରେ ବ୍ୟବଧାନଠାରୁ ୪ଟି ଅଧିକ ଗୋଲ୍‌ରେ ଜିତିବାକୁ ପଡ଼ିବ। ଭାରତ ଗ୍ରୁପ୍ ବିଜେତା ହୋଇ ଆଗକୁ ବଢ଼ିଲେ ଗ୍ରୁପ୍ ‘ଏ’ର ତୃତୀୟ ଏବଂ ବି’ର ଦ୍ବିତୀୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା କ୍ରସ୍ ଓଭର ବିଜେତା ଦଳ ସହ ଖେଳିବ। ମୋଟାମୋଟି ଭାବେ ନକ୍ ଆଉଟ୍ ପୂର୍ବରୁ ଭାରତ ଓ ଇଂଲଣ୍ଡ ସିଧାସଳଖ କ୍ବାର୍ଟରଫାଇନାଲ୍ ଖେଳିବା ଆଶାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.