Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଦୁଇ ଆଇଏଏସଙ୍କୁ ହକି ବିଶ୍ବକପ୍‌ ପରିଚାଳନା ଦାୟିତ୍ୱ : ଭୂପେନ୍ଦ୍ର ସିଂ ପୁନିଆଙ୍କୁ ରାଉରକେଲା, ରଘୁ ଜି.ଙ୍କୁ ଭୁବନେଶ୍ବର ଦାୟିତ୍ବ

4/10/2022 at 12:11 PM

ଭୁବନେଶ୍ୱର ୦୪।୧୦: ଦୁଇ ଆଇଏଏସ୍‌ଙ୍କୁ ହକି ବିଶ୍ୱକପ୍‌ ପରିଚାଳନା ଦାୟିତ୍ୱ । ରାଜ୍ୟ ସରକାର ଦୁଇ ଜଣ ବରିଷ୍ଠ ଆଇଏଏସ୍‌ ଅଫିସରଙ୍କୁ ହକି ବିଶ୍ୱକପ୍‌ର ପରିଚାଳନା ଦାୟିତ୍ୱ ଦେଇଛନ୍ତି । ଭୁପେନ୍ଦ୍ର ସିଂହ ପୁନିଆ ଏବଂ ରଘୁ ଜି. OSD ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟସରକାର ।ଭୁପେନ୍ଦ୍ର ସିଂ ପୁନିଆଙ୍କୁ ରାଉରକେଲା ଦାୟିତ୍ୱ ଦିଆଯାଇଥିବା ବେଳେ ରଘୁ ଜି.ଙ୍କୁ ଭୁବନେଶ୍ୱର ଦାୟିତ୍ୱ ଦିଆଯାଇଛି ।

ସେହିପରି ରଘୁ ଜୀ ଏବେ କଟକରେ ବୈଷୟିକ ଶିକ୍ଷା ଓ ତାଲିମ୍‌ ନିର୍ଦ୍ଦେଶକ ଅଛନ୍ତି । ଏସବୁ ଦାୟିତ୍ୱ ସହ ହକି ବିଶ୍ୱକପ୍‌ର ଓଏସଡି ଭାବରେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି IAS ବଲଓ୍ଵନ୍ତ ସିଂଙ୍କୁ ମିଳିଛି ଅତିରିକ୍ତ ଦାୟିତ୍ୱ । BDA ଭାଇସ୍‌ ଚେୟାରମ୍ୟାନ ସହ ଭୁବନେଶ୍ୱର ସ୍ମାର୍ଟସିଟି MD ଦାୟିତ୍ୱରେ ମଧ୍ୟ ରହିବେ ବଲଓ୍ଵନ୍ତ ସିଂ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଓ ରାଉରକେଲାରେ ଜୁନିୟର ହକି ବିଶ୍ୱକପ୍‌ ଖେଳାଯିବାକୁ ଯାଉଛି । ଯେଉଥିଲାଗି ରାଜ୍ୟ ସରକାର ପୁରା ପ୍ରସ୍ତୁତିକୁ ଜୋରଦାର କରିିଛନ୍ତି । ଖାସ୍ କରି ରାଉରକେଲା ଓ ଭୁବନେଶ୍ୱର ଥିବା ହକି ଷ୍ଟାଡିୟମ୍‌କୁ ପୁରା ପ୍ରସ୍ତୁତ କରାଯାଇଛି । ୨୦୨୩ ହକି ବିଶ୍ୱକପ୍‌ରେ ୪ଟି ପୁଲ୍‌ରେ ଖେଳିବେ ୧୬ଟି ଟିମ୍ । ପୁଲ୍‌ ଏରେ- ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା ଥିବା ବେଳେ ପୁଲ୍‌ ବି-ବେଲ୍‌ଜିୟମ୍‌, ଜର୍ମାନୀ, କୋରିଆ, ଜାପାନ ରହିଛନ୍ତି । ସେହିପରି ପୁଲ୍‌ ସିରେ ନେଦରଲ୍ୟାଣ୍ଡ, ନ୍ୟୁଜିଲାଣ୍ଡ. ମାଲେସିଆ, ଚିଲି ରହିଥିବା ବେଳେ ପୁଲ୍‌ ଡିରେ ଭାରତ, ଇଂଲଣ୍ଡ, ସ୍ପେନ୍‌ ଓ ଓ୍ୱେଲ୍ସ ରହିଛନ୍ତି ।

   Related Posts