ହକି ବିଶ୍ୱକପ୍ ୨୦୨୩ : ଚିଲିକୁ ୩-୧ ଗୋଲ୍ରେ ହରାଇଲା ନ୍ୟୁଜିଲାଣ୍ଡ
14/01/2023 at 7:28 PM

ରାଉରକେଲା ୧୪/୦୧: ଶନିବାର ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ଵ କପର ଦ୍ୱିତୀୟ ଦିନରେ ନ୍ୟୁଜିଲାଣ୍ଡ ସହିତ ଚିଲି ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯାଇଛି। ଏଥିରେ ୩-୧ ଗୋଲ୍ରେ ନ୍ୟୁଜିଲାଣ୍ଡ ବିଜୟଲାଭ କରିଛି। ପ୍ରଥମ ମ୍ୟାଚ୍ରେ ହାରିବା ପରେ ଚିଲି ଟିମ୍ ବହୁ ଚାପରେ ଥିଲା ବୋଲି ଅଧିନାୟକ ରେଞ୍ଜ ଫେମାଣ୍ଡୋ କହିଛନ୍ତି। ଆଶା ଠାରୁ କମ୍ ଖେଳିଛୁ, ଅଧିକ ଅଭ୍ୟାସର ଆବଶ୍ୟକତା ଥିଲା, ଆଗାମୀ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିବୁ ବୋଲି ଚିଲି ହକି ଟିମ୍ ଅଧିନାୟକ ଜଣାଇଛନ୍ତି। ସେପଟେ ଚିଲି ଠାରୁ ଜିତିବା ପରେ ଆଗାମୀ ମ୍ୟାଚ୍ରେ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡ ଟିମ୍ର ଅଧିନାୟକ ଉଡ୍ସ୍ ନିକ୍ଙ୍କ ସହ କୋଚ୍ ନିକୋଲ୍ ଗ୍ରେଆ କହିଛିନ୍ତି।
ସେହିପରି ଦ୍ୱିତୀୟ ମ୍ୟାଚ୍ରେ ଗତ ବିଶ୍ୱକପ୍ର ବିଶ୍ଵକପ ରନର୍ସଅପ୍ ଟିମ୍ ନେଦରଲ୍ୟାଣ୍ଡକୁ ମାଲେସିଆ ଭେଟିଥିଲା। କିନ୍ତୁ ଏଥିରେ ମାଲେସିଆକୁ ୪-୦ ଗୋଲ୍ରେ ହରାଇ ନେଦରଲ୍ୟାଣ୍ଡ ବିଜୟ ମୁକୁଟ ପିନ୍ଧିଛି।
𝐅𝐮𝐥𝐥-𝐓𝐢𝐦𝐞: 𝐍𝐞𝐭𝐡𝐞𝐫𝐥𝐚𝐧𝐝𝐬 𝟒-𝟎 𝐌𝐚𝐥𝐚𝐲𝐬𝐢𝐚
— International Hockey Federation (@FIH_Hockey) January 14, 2023
Clinical Dutch make the perfect start to their #HWC2023 campaign scoring twice in 2nd and 4th quarters to take the lead in Pool C.
📱- Download the @watchdothockey app to follow all the updates. pic.twitter.com/sAALx9UjYv