AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା:୮ ଦିନ ପରେ ବି ନବ ଦାସଙ୍କ ହତ୍ୟା ଘଟଣାରେ ପୋଲିସର ହାତ ଖାଲି
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ୭.୮ର ତ୍ରୀବତା ରେକର୍ଡ
  • ||

ହକି ବିଶ୍ୱକପରେ ଭାରତର ଦ୍ୱିତୀୟ ବିଜୟ, ୱେଲ୍ସକୁ ୪-୨ରେ ହରାଇଲା ଟିମ୍ ଇଣ୍ଡିଆ

19/01/2023 at 9:16 PM

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ୱେଲ୍ସ ମଧ୍ୟରେ ଖେଳାଯାଇଥିବା ପୁରୁଷ ହକି ବିଶ୍ୱକପର ରୋମାଞ୍ଚକର ମୁକାବିଲାରେ ଭାରତ ବିଜୟୀ ହୋଇଛି । ପ୍ରଥମ ଥର ବିଶ୍ୱକପ ଖେଳୁଥିବା ୱେଲ୍ସ ଟିମକୁ ୪-୨ରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଭାରତ ପାଇଁ ଆକାଶଦୀପ ସିଂ ୨ ଗୋଲ କରିଥିଲେ ।

ଭାରତ ଏବଂ ୱେଲ୍ସ ମଧ୍ୟରେ ପ୍ରଥମ କ୍ୱାର୍ଟରରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । କୌଣସି ଗୋଲ ନ କରି ଦୁଇ ଦଳ ବରାବରରେ ରହିଥିଲେ । ପ୍ରଥମ କ୍ୱାର୍ଟରରେ ଭାରତ ଗୋଟିଏ ବି ପେନାଲ୍ଟି କର୍ଣ୍ଣର ହାସଲ କରିପାରି ନଥିଲା । ଦ୍ୱିତୀୟ କ୍ୱାର୍ଟର ଆରମ୍ଭର କିଛି ମିନିଟ୍ ପରେ ଭାରତକୁ ମିଳିଥିଲା ପ୍ରଥମ ପେନାଲ୍ଟି କର୍ଣ୍ଣର । ୧୭ ମିନିଟରେ ମିଳିଥିବା ଏହି ପେନାଲ୍ଟି କର୍ଣ୍ଣରକୁ ହରମନପ୍ରୀତ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ । ପରେ ୨୧ ମିନିଟରେ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ପ୍ରଥମେ ଗୋଲରେ ବଦଳାଇବାରେ ଭାରତ ବଫଳ ହୋଇଥିଲା । କିନ୍ତୁ ପୁଣି ସୁଯୋଗ ମିଳିଲା ଏବଂ ସମଶେର ସିଂ ଜବରଦସ୍ତ ସଟ୍ ଲଗାଇ ଟିମକୁ ୧-୦ରେ ଆଗୁଆ କରାଇଲେ । ମ୍ୟାଚର ପ୍ରଥମାର୍ଦ୍ଧର ଖେଳ ଶେଷ ପରେ ଭାରତୀୟ ଟିମ ୧-୦ରେ ଆଗୁଆ ରହିଥିଲା ।

ଭାରତ ଦ୍ୱିତୀୟାର୍ଦ୍ଧର ଆରମ୍ଭ ଜୋରଦାର କରିଥିଲା । ତୃତୀୟ କ୍ୱାର୍ଟରରେ ଭାରତ ପାଇଁ ଦ୍ୱିତୀୟ ଗୋଲ କରିଥିଲେ ଅକାଶଦୀପ ସିଂ । ଏହାପରେ ୪୨ତମ ମିନିଟରେ ୱେଲ୍ସ ମ୍ୟାଚର ପ୍ରଥମ ଗୋଲ କରିଥିଲା । ଏହାର ଦୁଇ ମିନିଟ ପରେ ୱେଲ୍ସ ଟିମ ପୁଣି ଏକ ଗୋଲ ଦେଇ ଭାରତ ସହ ୨-୨ରେ ବରାବର କରିଥିଲା ।

ଚତୁର୍ଥ କ୍ୱାର୍ଟରର ଆରମ୍ଭରେ ଭାରତୀୟ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ଆକାଶଦୀପ ସିଂ ୪୫ତମ ମିନିଟରେ ଭାରତ ପାଇଁ ତୃତୀୟ ଗୋଲ କରି ଟିମକୁ ପୁଣି ଗୋଟିଏ ଗୋଲର ଲିଡ୍ ଦେଇଥିଲେ । ଏହା ଆକାଶଦୀପଙ୍କ ଦ୍ୱିତୀୟ ଗୋଲ ଥିଲା । ମ୍ୟାଚର ଶେଷ ମିନିଟରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଭାରତର ଅଧିନାୟକ ହରମନପ୍ରୀତ ସିଂ ପେନାଲ୍ଟିକୁ ଗୋଲରେ ବଦଳାଇବାରେ କୌଣସି ଭୁଲ କରି ନଥିଲେ । ହରମନପ୍ରୀତ ସିଂ ବିଶ୍ୱକପରେ ନିଜର ପ୍ରଥମ ଗୋଲ ହାସଲ କରିଥିଲେ । ଏହାସହ ଟିମ୍ ଇଣ୍ଡିଆ ୱେଲ୍ସକୁ ୪-୨ରେ ହରାଇ ପୁଲ ଡି’ର ଦ୍ୱିତୀୟ ସ୍ଥାନରେ ରହିଛି ।

   Related Posts