ହକି ବିଶ୍ୱକପ୍ ୨୦୨୩: ଜାପାନକୁ ୩-୦ ଗୋଲ୍ରେ ମାତ୍ ଦେଲା ଜର୍ମାନୀ
14/01/2023 at 10:35 PM

ଭୁବନେଶ୍ୱର ୧୪/୦୧: ହକି ବିଶ୍ୱକପର ଦ୍ୱିତୀୟ ଦିନର ଚର୍ତୁର୍ଥ ମ୍ୟାଚ୍ ସରିଛି। ଏଥିରେ ଦୁଇଥର ବିଶ୍ୱକପ୍ ହାତେଇଥିବା ଜର୍ମାନୀ ୩-୦ ଗୋଲରେ ଜାପାନକୁ ହରାଇଛି। ତୃତୀୟ କ୍ୱାର୍ଟରରେ ଜର୍ମାନୀ ଦଳ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ଅଧିନାୟକ ଗ୍ରାମ୍ବୁଶ୍ଚ ମଟ୍ସ। ସେହିଭଳି ଦ୍ୱିତୀୟ ଗୋଲ ଦେବାରେ ରୁହର କ୍ରିଷ୍ଟୋଫେର ସଫଳ ହୋଇଥିଲେ। ପରେ ପରେ ତୃତୀୟ ଗୋଲ ପ୍ରିନଜ ଥିଏସ ଷ୍ଟିକରୁ ଜର୍ମାନୀ ଖାତାକୁ ଯାଇଥିଲା। ସୁଯୋଗ ପାଇ ମଧ୍ୟ ଜାପାନ ବିପକ୍ଷ ଦଳକୁ ଗୋଟିଏ ବି ଗୋଲ ଦେଇ ପାରିନଥିଲା। ସୂଚନାଥାଉକି ୨୦୦୨ ଏବଂ ୨୦୦୬ରେ ବିଶ୍ୱକପ ଇତିହାସରେ ଜର୍ମାନୀ ବିଶ୍ୱବିଜେତା ହୋଇଛି।
Related Posts
ହାତୀ ମୃତଦେହ ମିଳିବା ଘଟଣା, ୪ ଶିକାରୀ ଗିରଫ
29 January 2023