ହକି ବିଶ୍ବକପ ୨୦୨୩, ଆଜିଠାରୁ ସେମି ଫାଇନାଲ ଟକ୍କର

Published By : Prameya-News7 Bureau | January 27, 2023 IST

ଭୁବନେଶ୍ୱର ୨୭।୦୧ : ହକି ବିଶ୍ବକପ ପାଇଁ ଆଜିଠାରୁ ସେମି ଫାଇନାଲ ଟକ୍କର । ଫାଇନାଲ ଟିକେଟ ପାଇଁ ୪ଟି ଟିମ୍ ଟର୍ଫକୁ ଓହ୍ଲାଇବେ। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ସେମିଫାଇନାଲ ମୁକାବିଲା। ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ଜର୍ମାନୀ ।

ସେହିଭଳି ଦ୍ବିତୀୟ ସେମିରେ ବେଲଜିୟମ ଓ ନେଦରଲାଣ୍ଡ୍ସ ମଧ୍ୟରେ ହେବ ମୁକାବିଲା । ବିଶ୍ୱର ୪ଟି ଶ୍ରେଷ୍ଠ ଟିମ୍ ସେମିରେ ପ୍ରବେଶ କରିଥିବା ବେଳେ ଚଳିତ ବିଶ୍ୱକପରେ ଦଳ ଅପରାଜେୟ ରହିଛି । ଏଥିସହିତ ଅଷ୍ଟ୍ରେଲିଆ ଏବେ ବିଶ୍ୱର ଏକ ନମ୍ବର ରାଙ୍କିଙ୍ଗ ଟିମ୍ ।

ତେବେ ଚଳିତ ବିଶ୍ୱକପର ପ୍ରଦର୍ଶନ ଆଧାରରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଦୁଇଟି ଟିମ୍ ଫାଇନାଲ ଯିବାର ସମ୍ଭାବନା ଅଧିକ ରହିଛି । ସେପଟେ ହକି ବିଶ୍ବକପ୍ ରେ ପୋଜିସନ୍ ପାଇଁ ଖେଳାଯାଉଥିବା ଏକ ମ୍ୟାଚ୍ ରେ ଜାପାନକୁ ୮-୦ ଗୋଲ୍ ରେ ପରାସ୍ତ କରିଛି ଭାରତ । ରାଉରକେଲାରେ ଖେଳାଯାଇଥିଲା ଏହି ମ୍ୟାଚ୍ ।

ବିଶ୍ୱକପ ଦୌଡ଼ରୁ ଭାରତୀୟ ହକି ଦଳ ବାଦ୍ ପଡିସାରିଥିବା ବେଳେ ଜାପାନ ବିରୋଧରେ ଦଳ ଚମତ୍କାର ପ୍ରଦର୍ଶନ କରିଥିଲା।ଏହି ବିଜୟ ସହ ଭାରତ ବିଶ୍ବକପରେ ନବମ ରାଙ୍କରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.