ହକି ବିଶ୍ୱକପ୍‌ ୨୦୨୩ : ଆଜିଠୁ କ୍ୱାର୍ଟର ଫାଇନାଲ୍‌ ମ୍ୟାଚ୍‌, ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ-ସ୍ପେନ୍‌ ମୁକାବିଲା

Published By : Prameya-News7 Bureau | January 24, 2023 IST

ଭୁବନେଶ୍ୱର ୨୪।୦୧ : ଭୁବନେଶ୍ୱର ଓ ରାଉରକେଲାରେ ଚାଲିଥିବା ପୁରୁଷ ହକି ବିଶ୍ବକପରେ କ୍ବାର୍ଟର ଫାଇନାଲ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି। ଆଜିଠାରୁ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଆରମ୍ଭ ହେଉଛି ।

ତେବେ ସୋମବାର ଖେଳାଯାଇଥିବା ୨ଟି କ୍ରସ୍ ଓଭର୍ ମ୍ୟାଚ୍ ରେ ଜର୍ମାନୀ ଓ କୋରିଆ ବିଜୟୀ ହୋଇ କ୍ବାର୍ଟର ଫାଇନାଲ୍ ଟିକେଟ୍ ପକ୍କା କରିଛନ୍ତି । ଜର୍ମାନୀ ଫ୍ରାନସକୁ ୫-୧ ଗୋଲ୍ ରେ ପରାସ୍ତ କରିଥିବା ବେଳେ, କୋରିଆ ଆର୍ଜେଣ୍ଟିନାକୁ ୩-୨ ପେନାଲଟି ସୁଟ୍ ରେ ହରାଇଥିଲା। ଏହାପୂର୍ବରୁ ନ୍ୟୁଜିଲ୍ୟାଣ୍ଡ ଓ ସ୍ପେନ୍ କ୍ବାର୍ଟର ଫାଇନାଲକୁ ଯାଇଥିଲେ ।

ପୂର୍ବରୁ ଅଷ୍ଟ୍ରେଲିଆ, ବେଲଜିୟମ, ନେଦରଲାଣ୍ଡ, ଇଂଲଣ୍ଡ କ୍ବାର୍ଟର ଫାଇନାଲରେ ପହଞ୍ଚି ସାରିଛନ୍ତି । ଆଜି ଓ ଆସନ୍ତାକାଲି କ୍ଵାର୍ଟର ଫାଇନାଲର ସମସ୍ତ ୪ଟି ମ୍ୟାଚ୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଆଜି ସାଢ଼େ ୪ଟାରେ ଅଷ୍ଟ୍ରେଲିଆ-ସ୍ପେନ୍ , ସନ୍ଧ୍ୟା ୭ ଟାରେ ମୁହାଁମୁହିଁ ହେବେ ବେଲଜିୟମ-ନ୍ୟୁଜିଲାଣ୍ଡ। ସେହିପରି ୨୫ ତାରିଖରେ ସାଢ଼େ ୪ଟାରେ ମୁହାଁମୁହିଁ ହେବେ । ଏହାପରେ  ଇଂଲଣ୍ଡ-ଜର୍ମାନୀ ଏବଂ ସନ୍ଧ୍ୟା ୭ ଟାରେ ମୁହାଁମୁହିଁ ହେବେ ନେଦରଲାଣ୍ଡସ-କୋରିଆ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.