suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ କିରୋସିନି ଢାଳି ଜାଳିଦେଲା ସ୍ତ୍ରୀ
  • ||
  • ଭୂକମ୍ପରେ ଥରିଲା ଇରାନ : ୭ ମୃତ, ୪୪୦ରୁ ଅଧିକ ଆହତ
  • ||

ହକି ବିଶ୍ୱକପ୍‌ ୨୦୨୩, ଶନିବାର ଖେଳାଯିବ ୪ଟି ମ୍ୟାଚ୍‌

14/01/2023 at 11:26 AM

ଭୁବନେଶ୍ୱର ୧୪।୦୧ : ହକି ବିଶ୍ୱକପ୍‌ ୨୦୨୩ରେ ଆଜି ଖେଳାଯିବ ୪ଟି ମ୍ୟାଚ୍‌ । ସୁନ୍ଦରଗଡ଼ ବିର୍ସାମୁଣ୍ଡା ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ-ଚିଲି ମଧ୍ୟରେ ଟକ୍କର ହେବାକୁ ଥିବା ବେଳେ ୨ୟ ମ୍ୟାଚ୍‌ ନେଦରଲାଣ୍ଡସ-ମାଲେସିଆ ମଧ୍ୟରେ ରହିଛି । ସେହିପରି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ବେଲ୍‌ଜିୟମ ଓ କୋରିଆର ମଧ୍ୟ ଖେଳାଯିବ । ଏହାପରେ ସଂଧ୍ୟା ୭ଟାରେ ଜର୍ମାନୀ ଓ ଜାପାନ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର ।

ସୂଚନାଯୋଗ୍ୟ ଯେ, ଜାନୁଆରୀ ୧୩ରୁ ଆରମ୍ଭ ହୋଇଛି ପୁରୁଷ ହକି ବିଶ୍ୱକପ୍‌ । ଯାହା ଜାନୁଆରୀ ୨୯ ପର୍ଯ୍ୟନ୍ତ ଚାଲିବ ।  ପ୍ରଥମ  ଦିନରେ ୪ଟି ମୁକାବିଲା ହୋଇଥିଲା । ଏଥିରେ ଫ୍ରାନ୍ସ ବିପକ୍ଷରେ ଜବରଦସ୍ତ ଖେଳ ପ୍ରଦର୍ଶନ କରି ବିଜୟୀ ହୋଇଥିଲା ଅଷ୍ଟ୍ରେଲିଆ । ତେବେ ବିଶ୍ୱକପ୍‌ରେ ପ୍ରଥମ ପଦାର୍ପଣ ମ୍ୟାଚ ଖେଳୁଥିବା ଓ୍ୱେଲ୍ସ ଟିମ୍‌କୁ ପରାସ୍ତ କରିଥିଲା ଇଂଲଣ୍ଡ । ସେପଟେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା ଆର୍ଜେଣ୍ଟିନା । ଆଉ ଦିନର ଶେଷ ମ୍ୟାଚ୍‌ରେ ଫ୍ରାନ୍ସ ହରାଇଥିଲା ଆୟୋଜନ ଭାରତ । ଚମତ୍କାର ଖେଳ ପ୍ରଦର୍ଶନ କରି ଫ୍ରାନ୍ସକୁ ୨-୦ ଗୋଲ୍‌ରେ ହରାଇଥିଲା ଟିମ୍‌ ଇଣ୍ଡିଆ ।

   Related Posts