ହକି ବିଶ୍ୱକପ୍ ପାଇଁ ପ୍ରାକ୍ ପ୍ରସ୍ତୁତି, ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରିଛି କମିଶନରେଟ୍ ପୋଲିସ
11/12/2022 at 2:19 PM

ଭୁବନେଶ୍ୱର ୧୧।୧୨ : ହକି ବିଶ୍ଵକପ ପାଇଁ କମିଶନରେଟ ପୋଲିସର ପ୍ରାକ ପ୍ରସ୍ତୁତି। ସାରା ବିଶ୍ବରୁ ହକି ପ୍ରେମୀ ଓଡିଶା ଆସିବେ। ଅସମାଜିକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏମାନଙ୍କ ବିରୋଧରେ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇଛି ।
ସେହିପରି ଯେଉଁମାନେ ବେଆଇନ ନିଶା କାରବାର କରୁଥିବା ବ୍ୟକ୍ତି ଓ ଗ୍ରୁପ ଉପରେ ନଜର ରଖିଛି କମିଶନରେଟ ପୋଲିସ । ବିଭିନ୍ନ ଥାନାକୁ ସଜାଗ ରଖାଯାଇଛି । ରାସ୍ତାକଡ଼ରେ ଦେହ ବ୍ୟବସାୟ କରୁଥିବା କିନ୍ନରମାନଙ୍କ ଉପରେ ନଜର ରଖାଯାଇଛି। ରାସ୍ତାକଡ ବଂଜାରା ଏବଂ ଭିକାରୀ ମାନଙ୍କ ଆଳରେ ଲୁଟ, ଚୀନତାଇ ହେଉଛି। ତାଙ୍କ ଉପରେ ଆମର ସ୍ପେଶାଲ ସ୍କ୍ବାର୍ଡ ନଜର ରଖିଛନ୍ତି। ଭୁବନେଶ୍ୱର ରାଉରକେଲାରେ ମ୍ୟାଚ ହେଉଥିବାରୁ ଭୁବନେଶ୍ୱରର ବିଭିନ୍ନ ହୋଟେଲ ଗୁଡିକୁ ସମସ୍ତ ତଥ୍ୟ ପୋଲିସକୁ ପ୍ରଦାନ ପାଇଁ କୁହାଯାଇଛି।
Related Posts
ପବିତ୍ର ଶ୍ରୀପଞ୍ଚମୀରେ ପୁରୀରେ ରଥକାଠ ଅନୁକୂଳ
26 January 2023