ନୂଆପଡାରେ ହକି ଟ୍ରଫିକୁ ଭବ୍ୟ ସ୍ୱାଗତ, ରୋଡ ଶୋ ସହ ସାଂସ୍କୃତିକ କାର୍ଯ୍ୟକ୍ରମ
2/01/2023 at 11:29 AM

ନୂଆପଡା ୦୨/୦୧: ଓଡିଶାରେ ହେବାକୁ ଯାଉଛି ହକି ପୂରୁଷ ବିଶ୍ୱକପ୍ । ଯାହାପାଇଁ ରାଜ୍ୟର ସମସ୍ତ ଜିଲ୍ଲା କୁ ବୁଲୁଛି ହକି ଟ୍ରଫି । ଆଜି ନୂଆପଡା ଜିଲ୍ଲା ରେ ମଧ୍ୟ ହକି ଟ୍ରଫିକୁ ଭବ୍ୟ ସ୍ବାଗତ କରାଯାଇଛି ।
ନୂଆପଡା ମିନି ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜିଲ୍ଲାପାଳ ହେମକାନ୍ତ ସାଏ ସହ ଏସପି,ଜିଲ୍ଲା ପରିଷଦ ସଭ୍ୟ, ଜିଲ୍ଲା ପ୍ରଶାସନିକ ଅଧିକାରୀ,ଏନଏସି ଅଧ୍ୟକ୍ଷ, ଖେଳାଳି, ପୋଲିସ କର୍ମଚାରୀ, ଯବାନ ଏଭଳି ସମସ୍ତେ ଯୋଗ ଦେବା ସହ ହକି ଟ୍ରଫିକୁ ସ୍ବାଗତ କରାଯାଇଛି । ଏହା ଭିତରେ ଅନ୍ତର୍ଜାତୀୟ ଚେସ୍ ର ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓ ମାରାଥନ ରେସ ପ୍ରତିଯୋଗିତାରେ କୃତି ପ୍ରିଯୋଗୀମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହାପରେ ଏକ ରୋଡ ଶୋରେ ନୂଆପଡା ସହର ପରିକ୍ରମା କରିବ ହକି ଟ୍ରଫି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023