ଆଜି ଅଷ୍ଟାଦଶ ଏସୀୟ କ୍ରୀଡାର ଉଦଯାପନୀ ଉତ୍ସବ ; ଭାରତୀୟ ହକି ଦଳର ଅଧିନାୟିକା ରାଣୀ ରାମପାଲ ଧରିବେ ତ୍ରିରଙ୍ଗା

Published By : Prameya-News7 Bureau | September 02, 2018 IST

ଜାକର୍ତ୍ତା ୨|୯: ଆଜି ଅଷ୍ଟାଦଶ ଏସୀୟ କ୍ରୀଡାର ଉଦଯାପନୀ ଉତ୍ସବ । ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାଣୀ ରାମପାଲ ତ୍ରିରଙ୍ଗା ଧରିବେ । ଉଦଘାଟନୀ ଉତ୍ସବରେ ଜାଭେଲିନ୍ ତାରକା ନୀରଜ ଚୋପ୍ରା ତ୍ରିରଙ୍ଗ ଧରି ଭାରତୀୟ ଦଳର ନେତୃତ୍ବ ନେଇଥିଲେ । ଏସୀୟ କ୍ରୀଡାରେ ଭାରତର ୫୫୦ ଜଣ କ୍ରୀଡାବିତ୍ ଏଥର ଭାଗ ନେଇଥିଲେ । ସେଥିମଧ୍ୟରୁ ଅଧିକାଂଶ ସ୍ବଦେଶ ଫେରିଆସିଥିବାରୁ ରାଣୀଙ୍କୁ ତ୍ରିରଙ୍ଗା ଧରିବାର ସୁଯୋଗ ମିଳିଛି । ଏଥର ଏସୀୟ କ୍ରୀଡାରେ ଭାରତ ୧୫ଟି ସ୍ବର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି କାଂସ୍ୟ ପଦକ ସହ ମୋଟ୍ ୬୯ଟି ପଦକ ପାଇ ତାଲିକାରେ ଅଷ୍ଟମ ସ୍ଥାନରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.