ବିବାହ ବନ୍ଧନରେ ବାନ୍ଧି ହେବେ ଦୁଇ ପୂର୍ବତନ ହକି ତାରକା ଲିଲିମା ମିଞ୍ଜ୍ ଓ ଷ୍ଟାଲିନ ଭିକ୍ଟର
29/12/2022 at 11:05 PM

ଭୁବନେଶ୍ୱର: ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହେବେ ପୂର୍ବତନ ଆନ୍ତର୍ଜାତିକ ହକି ଖେଳାଳି ଲିଲିମା ମିଞ୍ଜ ଓ ପୂର୍ବତନ ଆନ୍ତର୍ଜାତିକ ହକି ଖେଳାଳୀ ଷ୍ଟାଲିନ ଭିକ୍ଟର। ସକାଳ ୮.୪୫ରେ ରାଜଗାଙ୍ଗପୁର ବିହାବନ୍ଦ ଚର୍ଚ୍ଚରେ ଉଭୟଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ।

ନଭେମ୍ବର ୪ ତାରିଖ ସନ୍ଧ୍ୟାରେ ଦୁଇ ହକି ତାରକାଙ୍କର ସୁନ୍ଦରଗଡ଼ରେ ନିର୍ବନ୍ଧ ହୋଇଥିଲା। ଲା଼୍ଜିବେର୍ଣ୍ଣା ବ୍ଲକ୍ ସ୍ଥିତ ଲିଲିମାଙ୍କ ଗାଁ ବିହାବନ୍ଧରେ ନିର୍ବନ୍ଧ ହୋଇଥିବା ବେଳେ ବାହାଘର ବି ସେଠାରେ ହେବ। ଦୁଇ ଖେଳାଳିଙ୍କ ନିର୍ବନ୍ଧରେ ପୂର୍ବତନ ଭାରତୀୟ ହିକି ଟିମ୍ କ୍ୟାପ୍ଟେନ୍ ସୁନୀତା ଲାକ୍ରା, ଓ ଟିମ୍ର ଅନ୍ୟ ଖେଳାଳିମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ।

ସୂଚନା ଥାଉକି ଲିଲିମା ଓ ଷ୍ଟାଲିନ ଉଭୟ ଖେଳାଳି ପିଲାବେଳୁ ପରସ୍ପରକୁ ଭଲପାଉଥିଲେ। ଖେଳର ବ୍ୟସ୍ତତା ଜୀବନ ଭିତରେ ସମୟ କାଢ଼ି ଶେଷରେ ଆସନ୍ତାକାଲି ଏକ ହେବାକୁ ଯାଉଛନ୍ତି ଦୁଇ ହକି ଖେଳାଳି। ବିବାହ ଉତ୍ସବରେ ଅନେକ ହକି ଖେଳାଳି ଓ ଅନ୍ୟାନ୍ୟ ଅତିଥି ଯୋଗ ଦେବାର ଖବର ରହିଛି।

ସୂଚନା ଥାଉକି, ଭାରତୀୟ ହକି ଟିମ୍ର ମିଡ୍ ଫିଲ୍ଡର ଲିଲିମା ମିଞ୍ଜ ନିଜ ୧୦ ବର୍ଷର ହକି କ୍ୟାରିୟରରେ ଯବନିକା ପକାଇ ଚଳିତ ବର୍ଷ ଜାନୁଆରୀ ମାସରେ ଭାରତୀୟ ହକି ଟିମ୍ରୁ ଅବସର ଗ୍ରହଣ କରିଥିଲେ। ଅବସର ନେବା ପରେ ୨୭ ବର୍ଷୀୟ ଲିଲିମା ତାଙ୍କ ପିଲାବେଳର ପ୍ରେମ ଷ୍ଟାଲିନ୍ଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।