scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ବଢିବ ଅଡୁଆ, ଆନନ୍ଦ ଟପ୍ପୋଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

7/07/2023 at 9:25 AM

କଟକ ୦୭/୦୭: ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ପାଇଁ ବଢ଼ିପାରେ ଅଡୁଆ । ବନ୍ଧୁ ଆନନ୍ଦ ଟପ୍ପୋଙ୍କ ରହସ୍ୟ ଜନକ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ବୀରେନ୍ଦ୍ର ଲାକ୍ରା ଜଣେ ଡ଼ିଏସପି ହୋଇଥିବାରୁ କ୍ରାଇମବ୍ରାଞ୍ଚର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡକ୍ଟର ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ । ମୃତ ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କ ଆବେଦନ ଭିତ୍ତିରେ ହାଇକୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି ।

ଜଣେ ଡିଆଇଜି ପାହ୍ୟାରୁ କମ ରାଙ୍କର ହୋଇ ନଥିବା ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ରହିଛି । ପୂର୍ବରୁ ତଦନ୍ତ କରୁଥିବା କମିଶନରେଟ ପୋଲିସ ତଦନ୍ତର ସମସ୍ତ ନଥି ପତ୍ର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ତାଙ୍କ ବାନ୍ଧବୀ ମାନଜିତ ଟେଟେଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ହାଇକୋର୍ଟରେ ମାମଲା ରୁଜ୍ଜୁ କରିଥିଲେ ମୃତକ ଆନନ୍ଦ ଟପ୍ପୋଙ୍କ ବାପା । ସେ ଦର୍ଶାଇଥିଲେ ଯେ, ତାଙ୍କ ପୁଅର ମୃତ୍ୟୁରେ ବୀରେନ୍ଦ୍ର ଓ ମାନଜିତଙ୍କ ସଂପୃକ୍ତି ରହିଛି ।

ମୃତକଙ୍କ ବାପା ବନ୍ଧନ ଟପ୍ପୋ ଆବେଦନରେ ଦର୍ଶାଇଛନ୍ତି ଯେ, ୨୦୨୨ ଫେବୃଆରୀ ୨୮ ତାରିଖ ଦିନ ପ୍ରାୟ ୧୨ଟା୍ରେ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଇନ୍ଫୋସିଟିର ଆୟୁଷ ରେଡିୟମ ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ି ଦେଇ ଆନନ୍ଦ ଆତ୍ମହତ୍ୟା କରିଥିବା ନେଇ ପ୍ରଥମେ ବୀରେନ୍ଦ୍ର ତାଙ୍କୁ (ମୃତକଙ୍କ ବାପାଙ୍କୁ) ଫୋନ ମାଧ୍ୟମରେ ସୂଚନା ଦେଇଥିଲେ । ମୃତକଙ୍କ ବେକରେ ୨ଟି ଦାଗ ରହିଥିଲା । ୧୦ ଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ ।

ପ୍ରକାଶଥାଉକି, ହକିତାରକ ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ଉଭୟ ପିଲାଦିନର ସାଙ୍ଗ ଥିଲେ । ଏମିତିକି ବୀରେନ୍ଦ୍ରଙ୍କୁ ମୃତକଙ୍କ ପରିବାରବର୍ଗ ପୁଅ ଭଳି ଦେଖୁଥିଲେ। ବୀରେନ୍ଦ୍ରଙ୍କ ବିବାହ ସମୟରେ ମଧ୍ୟ ମୃତକଙ୍କ ବାପା-ମା ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଗତ ନଭେମ୍ବର ମାସରେ ବୀରେନ୍ଦ୍ର ମୃତକଙ୍କ ଘରେ ପହଞ୍ଚି ତା ବାପାଙ୍କୁ କହିଥିଲେ,”ଆନନ୍ଦ ଏମିତି କଣ ହେଉଛି। ତାକୁ ମନା କର। ଏ ବିଷୟରେ କିନ୍ତୁ ବୀରେନ୍ଦ୍ର ଆଉ କିଛି ଅଭିଯୋଗ କରିନଥିଲେ।

ଏମିତିକି ମୃତ୍ୟୁ ଦିନ ବୀରେନ୍ଦ୍ର ଘଟଣାସ୍ଥଳକୁ ନେଇକି ଗଲେନି। ଯେତେ ଅନୁରୋଧ କଲେ ବି ସେ ବାହାନା କରିବା ସହ ଇନଫୋସିଟି ଥାନାକୁ ଡାକିଥିଲେ। ମୃତକ ଆନନ୍ଦ ଓ ବୀରେନ୍ଦ୍ରଙ୍କ ସହ ରହୁଥିବା କୁତ୍ରା ବ୍ଲକ ଅନ୍ତର୍ଗତ ସମଲେଇମୁଣ୍ଡାର ମୂଳ ନିବାସୀ ମନଜିତ ଏକାସାଙ୍ଗରେ ପାଠ ପଢିଥିଲେ ଓ ଭଲ ବନ୍ଧୁ ଥିଲେ। ମୃତ୍ୟୁ ଦିନ ଉକ୍ତ ଫ୍ଲାଟରେ କେବଳ ବୀରେନ୍ଦ୍ର ଓ ମନଜିତ ଉପସ୍ଥିତ ଥିଲେ।

ଏଭଳି ସଙ୍ଗୀନ ଅପରାଧ ଘଟଣାର ସଠିକ ତଦନ୍ତ ପାଇଁ ଭୁବନେଶ୍ୱର ପୋଲିସ ସହାୟତା କରୁନଥିବା ଅଭିଯୋଗ ହୋଇଛି। ଏଣୁ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କିମ୍ବା ଅନ୍ୟ କୌଣସି ସ୍ୱାଧୀନ ସଂସ୍ଥା ଦ୍ୱାରା ତଦନ୍ତ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

you can also read…

   Related Posts