ହାତକୁ ଦି-ହାତ ହେଲେ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା, ଖ୍ରୀଷ୍ଟ ଧର୍ମ ଅନୁଯାୟୀ ସରିଲା ବିବାହ
30/12/2022 at 11:18 AM

ରାଜଗାଙ୍ଗପୁର ୩୦/୧୨: ସାରା ରାଜ୍ୟ ବିଶ୍ୱ କପ ହକି ଆୟୋଜନକୁ ନେଇ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ ଆଜି ଦୁଇ ପୂର୍ବତନ ଅନ୍ତର୍ଜାତୀୟ ହକି ତାରକା ଲିଳିମା ମିଞ୍ଜ ଏବଂ ଷ୍ଟାଲିନ ଭିକ୍ଟର ମିଞ୍ଜ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବିହାବନ୍ଧ ଚର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।
ସକାଳ ୧୦ ଟା ସମୟରେ ବିହାବନ୍ଧ ସ୍ଥିତ ଚର୍ଚ୍ଚ (ପାରିସ)ରେ ଉଭୟ ହକି ତାରକା ଖ୍ରୀଷ୍ଟ ଧର୍ମ ଅନୁଯାୟୀ ପାରମ୍ପରିକ ବେଶ ଭୁଷା ରେ ବନ୍ଧୁ ପରିଜନ ସହ ଚର୍ଚ୍ଚରେ ପହଞ୍ଚିଥିଲେ । ଚର୍ଚ୍ଚର ମୁଖ୍ୟ ଫାଦର ବିପିନ ମାଝୀ ସମସ୍ତଙ୍କ ଉପସ୍ଥିତରେ ଖ୍ରୀଷ୍ଟ ଧର୍ମ ମୁତାବିକ ପବିତ୍ର ପ୍ରାର୍ଥନା ମାଧ୍ୟମରେ ବିବାହ କରାଇଥିଲେ ।

ବିବାହ ଶେଷ ହେବା ପରେ ଉପସ୍ଥିତ ବନ୍ଧୁ ବାନ୍ଧବ ଓ ଆତ୍ମୀୟ ପରିଜନ ନବ ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ବିବାହ ପରେ ନବ ଦମ୍ପତ୍ତି ଲିଳିମାଙ୍କ ପୈତୃକ ବାସ ଭବନ ଟାନାଟୋଲି ସ୍ଥିତ ବାସ ଭବନରେ ପହଞ୍ଚିବା ସେଠାରେ ଭୋଜି ଭାତର ଆୟୋଜନ କରାଯାଇଛି ।