ହକି ବିଶ୍ୱକପ୍ କ୍ରେଜ୍, କେକ୍‌ରେ ତିଆରି କଲେ ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ

Published By : Prameya-News7 Bureau | January 12, 2023 IST

ବଲାଙ୍ଗୀର ୧୨/୦୧: ଏବେ ସମଗ୍ର ଓଡିଶାରେ ହକି କ୍ରେଜ୍ । ନିଆରା ନିଆରା ଢଙ୍ଗରେ ହକିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମଠୁ ଆରମ୍ଭ କରି ସେଲିବ୍ରେସନ କରୁଛନ୍ତି ସମଗ୍ର ଓଡିଶା ବାସୀ । ତେବେ ବଲାଙ୍ଗୀରରେ ମଧ୍ୟ ଦେଖିବାକୁ ମିଳିଛି ଏଭଳି କ୍ରେଜ୍ ।

ଯୁବ ବ୍ୟବସାୟୀ ହକି ବିଶ୍ୱକପ୍‌ କୁ ନେଇ ରାଉରକେଲାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିର୍ସାମୁଣ୍ଡା ହକି ଷ୍ଟାଡିୟମକୁ ନିଜେ କେକରେ ତିଆରି କରିଛନ୍ତି । ଯାହାର ସାଇଜ ଦେଢ଼ ଫୁଟରୁ ଅଧିକ ରହିଛି । ଆଉ ଏହି କେକ୍‌କୁ କାଟି ବିଧାୟକ ନରସିଂହ ମିଶ୍ରଙ୍କ ସହ ସେଲିବ୍ରେସନ କରିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ।

ସମଗ୍ର ବଲାଙ୍ଗୀର ଜିଲ୍ଲାରେ ଅହେତୁକ ଖୁସି ହକିକୁ ନେଇ ଥିବାବେଳେ ଏହାଏକ ଛୋଟିଆ ହକି କ୍ରେଜ୍ ବୋଲି କହିଛନ୍ତି ଜିଲ୍ଲାପାଳ । ଏଭଳି ଏକ ଷ୍ଟାଡିୟମ ଯାହା କି କେବେ କେହି ଭାବିନଥିଲେ ତାହା ପାଇଛି ଓଡିଶା । ଯାହାକୁ ନେଇ ଏଭଳି ନିଆରା ଢଙ୍ଗରେ ସେଲିବ୍ରେଟ କରିଥିବା କହିଛନ୍ତି ଯୁବ ବ୍ୟବସାୟୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.