ବିନିକାରେ ହକି ରଥକୁ ବିପୁଳ ସମ୍ବର୍ଦ୍ଧନା, ଯୋଗଦେଲେ ଶହଶହ ଛାତ୍ରଛାତ୍ରୀ
12/01/2023 at 2:27 PM

ବିନିକା ୧୨।୦୧ : ସାରା ରାଜ୍ୟରେ ଏବେ ହକିର କ୍ରେଜ ଦେଖାଦେଇଛି l ସୋନପୁର ଜିଲ୍ଲା ବିନିକା ଠାରେ ପହଞ୍ଚିଛି ପୁରୁଷ ହକି ବିଶ୍ଵକପ୍ ମ୍ୟାଚ ରଥ l ବିନିକା ବ୍ଳକ କାର୍ଯ୍ୟଳୟ ଠାରେ ହକିରଥକୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା l

ଏହାପରେ ବ୍ଲକ କାର୍ଯ୍ୟାଳୟ ପରିସରରୁ ହକି ରଥ ବାହାରି ବିଭିନ୍ନ ପଞ୍ଚାୟତମାନଙ୍କୁ ବାହାରିଥିଲା l ହକି ରଥକୁ ବିନିକା ବ୍ଲକ ଅଧ୍ୟକ୍ଷା ଓ ବିଡିଓ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ବ୍ଳକ କାର୍ଯ୍ୟାଳୟ ଠାରେ ବିନିକା ସହରର ବିଭିନ୍ନ ଶିକ୍ଷ୍ୟାନୁଷ୍ଠାନରୁ ଆସିଥିବା ଶହଶହ ଛାତ୍ରଛାତ୍ରୀମାନେ ହକି ରଥକୁ ସ୍ବାଗତ କରିବା ସହ ବିନିକା ସହର ଠାରେ ବିଶାଳ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା l
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023