ଜନ୍ମମାଟିରେ ୪ ଓଡିଆ ହକି ଖେଳାଳିଙ୍କୁ ସମ୍ବର୍ଦ୍ଧନା, ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଡମ୍ବରପୂର୍ଣ୍ଣ ଉତ୍ସବ

Published By : Prameya-News7 Bureau | August 21, 2021 IST

ରାଉରକେଲା, ୨୧|୦୮:  ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ଦେଶ ପାଇଁ ଗର୍ବ ଆଣିଥିଲେ । ପୁରୁଷ ହକି ଟିମ୍ ବ୍ରୋଞ୍ଜ୍ ପଦକ ଜିତିଥିବା ବେଳେ ମହିଳା ଟିମ୍ ମଧ୍ୟ ଲଢୁଆ ପ୍ରଦର୍ଶନ କରିଥିଲେ ।  ଦେଶ ରାଜ୍ୟ ତଥ ସୁନ୍ଦରଗଡ ପାଇଁ ସୁନାମ ଆଣିଥିବା ୪ ଖେଳାଳି ଅମିତ ରୋହିଦାଶ, ବିରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ ଶନିବାର ନିଜ ଜନ୍ମମାଟିକୁ ଫେରିଛନ୍ତି ।

ସୁନ୍ଦରଗଡ଼ ବିକାଶ ଭବନ ଠାରେ ୪ ହକି ଅଲିମ୍ପିଆନଙ୍କୁ ଜିଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧନା ଉସବ ଆୟୋଜିତ ହୋଇଯାଇଛି।  ଏଥିରେ ଜିଲାପାଳ ,ଆଡ଼ିସିନାଲ ଏସ୍‌ପି ସୁନ୍ଦରଗଡ଼,  ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀ ଆଦି ଉପସ୍ଥିତ ଥିଲେ । ରାଜଗାଙ୍ଗପୁର ଓ ତଲସରା ବିଧାୟକ , ଜିଲା ସ୍ତରୀୟ ବରିଷ୍ଠ ଅଧିକାରୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

 ଖେଳାଳିମାନେ ମଧ୍ୟାହ୍ନ ୧୨ଟାରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଓହ୍ଲାଇ ୧୨.୩୦ ମିନିଟରେ ସୁନ୍ଦରଗଡ ସ୍ଥିତ ପାରିଜାତ ପାର୍କରେ ପହଞ୍ଚିଥିଲେ । ଏହାପରେ ସେମାନଙ୍କୁ ସର୍କିଟ ହାଉସ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାରେ ପାଛୋଟି ଅଣାଯାଇଥିଲା ।  ଏହାସହ ଅପରାହ୍ନ ୨ ଟାରେ ବିକାଶ ଭବନ ଠାରେ ହକି ତାରକାଙ୍କୁ  ସମ୍ଵର୍ଦ୍ଧନା ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.