ବିଦେଶୀ ଖେଳାଳିଙ୍କୁ ରୁଚୁଛି ଓଡ଼ିଆ ଦେଶୀ ଖାଦ୍ୟ: ପ୍ରଥମ ପସନ୍ଦ ଡାଲମା ଓ ବଡ଼ିଚୁରା

Published By : Prameya-News7 Bureau | January 14, 2023 IST

ଭୁବନେଶ୍ୱର ୧୪/୦୧: ମ୍ୟାଷ୍ଟର କ୍ୟାଣ୍ଟିନ୍‌ ସ୍ଥିତ ଏକ ହୋଟେଲରେ ଦକ୍ଷିଣ ଆଫ୍ରିକା ହକି ଦଳ ରହିବାର ବ୍ୟବସ୍ଥା କରାଯାଇଛି । ଏଠାରେ ସକାଳ ଜଳଖିଆରେ କୋରେଜ୍‌, ଫ୍ରେଞ୍ଚ ଟୋଷ୍ଟ, ସିଝା ଅଣ୍ଡା ଏବଂ ବେକ୍‌ ବିନ୍‌ ଦିଆଯାଉଛି । ସେମାନେ କଦଳୀ ସହ କମଳା୍‌ ଜୁସ୍‌କୁ ପସନ୍ଦ କରୁଛନ୍ତି ।

ସେହିଭଳି ମେନ୍ୟୁରେ ଓଡିଆର ପାରମ୍ପରିକ ଖାଦ୍ୟ ଡାଲମା, ବଡିଚୁରା,ଆଳୁଭର୍ତ୍ତା, ଆଳୁଭଜା, ଚିକେନ୍‌ ତରକାରୀ, ଚିକେନ୍‌ କସା, ମଟନକୁ ସେମାନେ ପସନ୍ଦ କରୁଛନ୍ତି । ମାଛ ଖେଳାଳିଙ୍କ ଏତେଟା ପସନ୍ଦ ଆସୁନାହିଁ । ସେହିପରି ଡାଲମା, ଭାତ ସହ ପୁରୀର ସ୍ୱାଦ ନେଉଛନ୍ତି ଖେଳାଳି । ସେମାନଙ୍କୁ ପ୍ରତିଦିନ ଅଲଗା ଅଲଗା ମେନ୍ୟୁ ଦିଆଯାଉଛି । ସବୁଠୁ ବଡ କଥା ହେଲା ଖାଇ ସାରିବା ପରେ ଓଡିଆ ଖାଦ୍ୟକୁ ଅଧିକ ପସନ୍ଦ କରୁଛନ୍ତି ।

ମେନ୍ୟୁଗୁଡିକ କିପରି ତିଆରି କରାଯାଉଛି ହୋଟେଲର ସେଫ୍‌କୁ ସେମାନେ ପଚାରି ବୁଝୁଛନ୍ତି । ଖେଳାଳିମାନେ କମ୍‌ ମିଠାଯୁକ୍ତ ଛେନା ପୋଡ, ରସଗୋଲା ଖାଇବାକୁ ଖେଳାଳି ପସନ୍ଦ କରୁଛନ୍ତି । ସର୍ଟେଡ, ଚିଲି ଗାର୍ଲିକ ଏବଂ ଗ୍ରିଲଡ୍‌ ଚିକେନ ଖାଇବାକୁ ବେଶି ପସନ୍ଦ କରୁଛନ୍ତି ଖେଳାଳି । ସେହିଭଳି ଗାର୍ଲିକ ନାନ୍‌, ପାସ୍ତା, ନୁଡଲ୍ସ, ଖେଳ ପାଇଁ ବାହାରିବାର ପ୍ରାୟ ୨ ଘଣ୍ଟା ଆଗରୁ ଖେଳାଳି ଟପ୍‌ ଅପ୍‌ ମିଲ୍‌ ଦିଆଯାଉଛି । ଖେଳାଳି ସାଲାଡ ପରିବର୍ତ୍ତେ ଫଳ ନିଜେ ଛଡାଇ ଖାଇବାକୁ ପସନ୍ଦ କରୁଛନ୍ତି ବୋଲି ହୋଟେଲର ଜଣେ ବରିଷ୍ଠ ମ୍ୟାନେଜର କହିଛନ୍ତି ।

ସେହିପରି ଜନତା ମଇଦାନ ପାଖରେ ଥିବା ଏକ ହୋଟେଲରେ ମାଲେସିଆ ଏବଂ କୋରିଆ କ୍ରୀଡାବିତଙ୍କ ରହିବା ଲାଗି ବ୍ୟବସ୍ଥା କରାଯାଇଛି । ଏଠାରେ ମେନ୍ୟୁରେ ପ୍ରୋଟିନ ଏବଂ ସାଲାଡ ସହ ଷ୍ଟିମ, ଗାର୍ଲିକ, ସର୍ଟେଡ ଚିକେନକୁ ଖେଳାଳୀ ବେଶି ପସନ୍ଦ କରୁଛନ୍ତି । କୋରିଆ ଖାଦ୍ୟ ସହ ନୁଡୁଲ୍ସ ମଧ୍ୟ ସାମିଲ କରାଯାଇଛି । ଭାରତୀୟ ଖାଦ୍ୟ ସହ ଭାତକୁ କିଛି କିଛି ଖେଳାଳୀ ମଧ୍ୟ ପସନ୍ଦ କରୁଛନ୍ତି ବୋଲି ଜଣେ ମୁଖ୍ୟ ସେଫ୍‌ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.