ବଢ଼ିଲା ବିରେନ୍ଦ୍ର ଲାକ୍ରାଙ୍କ ଅଡ଼ୁଆ; ପୁଣି ତଦନ୍ତ ପରିସରକୁ ଆସିବେ ହକି ତାରକା

Published By : Prameya-News7 Bureau | December 09, 2022 IST

ଭୁବନେଶ୍ୱର ୦୯/୧୨: ହାଇକୋର୍ଟରେ ଆନନ୍ଦ ଟପ୍ପୋ ହତ୍ୟା ମାମଲା। ବିରେନ୍ଦ୍ର ଲାକ୍ରାଙ୍କ ବିରୋଧରେ ପୁଣି ତଦନ୍ତ ନିର୍ଦ୍ଦେଶ। ଏହାର ତଦନ୍ତ କରି ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଡିସିପିଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଚାର୍ଜସିଟ୍‌ରେ ବିରେନ୍ଦ୍ରଙ୍କ ନାଁ ନଥିବାରୁ ଆଇଆଇସିଙ୍କୁ ଭର୍ତ୍ସନା କଲେ କୋର୍ଟ। ଇନଫୋସିଟି ଥାନା ଆଇଆଇସିଙ୍କୁ ତାଲିମ ନେବାକୁ ହାଇକୋର୍ଟଙ୍କ ଆଦେଶ।

{"id":719212,"width":520,"height":303,"sizeSlug":"full","linkDestination":"none"}

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିରେ ପ୍ରଶିକ୍ଷଣ ନେବାକୁ ଆଇଆଇସିଙ୍କୁ କହିଲେ କୋର୍ଟ।ଇନଫୋସିଟି ଥାନାଧିକାରୀ ଚାର୍ଜସିଟ୍‌ ଲେଖା ବିଷୟରେ ପୋଲିସ ଏକାଡେମିରେ ନେବେ ଟ୍ରେନିଂ। ଥାନାଧିକାରୀଙ୍କୁ ଏବେ ବର୍ଷେ ଯାଏଁ ଫିଲ୍ଡ ପୋଷ୍ଟିଂ ଦେବାକୁ ହାଇକୋର୍ଟଙ୍କ ବାରଣ। ସୂଚନାଥାଉକି, ଆନନ୍ଦ ଟପ୍ପୋ ହତ୍ୟା କାଣ୍ଡରେ ଏତଲାରେ ବିରେନ୍ଦ୍ର ଲାକ୍ରାଙ୍କ ନାଁ ଥିଲେ ମଧ୍ୟ ତାଙ୍କୁ ତଦନ୍ତ ପରିସରକୁ ଆଣି ନଥିଲେ ଥାନାଧିକାରୀ। ସେଥିପାଇଁ ହାଇକୋର୍ଟ ଇନଫୋସିଟି ଥାନାଧିକାରୀଙ୍କ ବିରୋଧରେ ଏହି ନିର୍ଦ୍ଦେଶ ଦେଇଛନ୍ତି।       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.