scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

FIH ଜୁନିୟର ହକି ବିଶ୍ବକପ୍ କ୍ବାର୍ଟର ଫାଇନାଲରେ ଭାରତ; ୧୦-୧ ଗୋଲରେ କାନାଡା ପରାସ୍ତ

10/12/2023 at 11:29 AM

କ୍ୱାଲାଲୁମ୍ପୁର, ୯/୧୨:  ଏଫ୍‌ଆଇଏଚ୍‌ ଜୁନିୟର ହକି ବିଶ୍ୱକପ୍‌ରେ ଭାରତ କ୍ବାର୍ଟର ଫାଇନାଲରେ । କାନାଡ଼ାକୁ ୧୦-୧ ଗୋଲ୍‌ରେ ପରାସ୍ତ କରି ଟିମ୍ ଇଣ୍ଡିଆ କ୍ୱାର୍ଟର  ଫାଇନାଲ୍‌ରେ ପ୍ରବେଶ କରିଛି । ଏହି  ବିଜୟ ସହ ଦଳ ପୁଲ୍‌-ସି’ର ଦ୍ୱିତୀୟ  ସ୍ଥାନରେ ରହି ନକ୍‌ ଆଉଟ୍‌ରେ ସ୍ଥାନ ପକ୍କା କରିଛି । ଭାରତ ୩ଟି ମ୍ୟାଚ୍‌ରୁ  ୨ ବିଜୟ, ୧ ପରାଜୟ ସହ ୬ ପଏଣ୍ଟ  ପାଇଛି । ଏହି ପୁଲ୍‌ରେ ସ୍ପେନ୍ ହ୍ୟାଟ୍ରିକ୍‌ ବିଜୟ ସହ ୯ ପଏଣ୍ଟ ପାଇ ଟେବୁଲ ଟପରେ ରହିବା ସହିତ କ୍ୱାର୍ଟରରେ ପ୍ରବେଶ କରିଥିଲା ।

ଭାରତୀୟ ଦଳ କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିବା ପାଇଁ କାନାଡ଼ାକୁ ବଡ଼ ବ୍ୟବଧାନରେ ହରାଇବା ଜରୁରୀ ଥିଲା । ଦଳ ୪ଟି ଯାକ କ୍ୱାର୍ଟରରେ ଆଧିପତ୍ୟ ବିସ୍ତାର କରିଥିଲା  । ନିର୍ଦ୍ଧାରିତ ସମୟ ସୁଦ୍ଧା ୧୦ଟି ଗୋଲ୍‌ ଦେଇଥିଲା ହେଲେ କାନାଡ଼ା ମାତ୍ର ଗୋଟିଏ ଗୋଲ୍‌ ପରିଶୋଧ କରିପାରିଥିଲା । ଭାରତ ପକ୍ଷରୁ ଆଦିତ୍ୟ  ଅର୍ଜୁନ ୨ଟି ଗୋଲ୍ ଦେଇଥିବା ବେଳେ ରୋହିତ ୨ଟି,  ଓଡ଼ିଆ ଖେଳାଳି ଅମନଦୀପ ଲାକ୍ରା ୨ଟି, ବିଷ୍ଣୁକାନ୍ତ, ରାଜିନ୍ଦର, ସୌରଭ ଆନନ୍ଦ ଓ ଉତ୍ତମ  ସିଂହ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଏହି ବୃହତ ବିଜୟ ସହିତ ଭାରତୀ ଜୁନିୟର ହକି ଟିମ୍ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି ।

   Related Posts