ବନ୍ଧୁତ୍ୱପୁର୍ଣ୍ଣ ଜୁନିୟର ହକିରେ ଓଡ଼ିଆଙ୍କ ଦବ୍ଦବା, ଦକ୍ଷିଣ କୋରିଆଠୁ ମାତ୍ ଦେଲା ପାନପୋଷ ସ୍ପୋର୍ଟସ ହଷ୍ଟେଲ
24/12/2022 at 8:35 AM

ରାଉରକେଲା ୨୪/୧୨: ବନ୍ଧୁତ୍ୱ ପୁର୍ଣ୍ଣ ହକି ମ୍ୟାଚରେ ଓଡ଼ିଆ ମାରିଲେ ବାଜି । ଦକ୍ଷିଣ କୋରିଆ ଜୁନିଅର ହକି ଟିମ୍ କୁ ପରାସ୍ତ କରି ଦେଖାଇଲା ନିଜର ହକି ପ୍ରଫର୍ମାନ୍ସ ।
ଦେଶର ବୃହତମ ହକି ଷ୍ଟାଡ଼ୟିମ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଠାଡ଼ିୟମରେ ଗତକାଲି ସଂଧ୍ୟାରେ ରାଉରକେଲା ପାନପୋଷ ସ୍ପୋର୍ଟସ ହଷ୍ଟେଲ ର ହକି ଟିମ ସହ ବନ୍ଧୁତ୍ୱ ପୁର୍ଣ୍ଣ ମ୍ୟାଚ ଖେଳିଥିଲା ଦକ୍ଷିଣ କୋରିଆ ଜୁନିଅର ହକି ଟିମ୍ । ହେଲେ ନିଜ ମାଟିରେ ହକିର ଜାଦୁଗର ଦେଖାଇଲା ପାନପୋଷ୍ ସ୍ପୋର୍ଟସ ହଷ୍ଟେଲ ।
ଆଉ ୨-୧ ଗୋଲରେ ଦକ୍ଷିଣ କୋରିଆ ଜୁନିଅର ହକି ଟିମ ଠାରୁ ହେଲା ବିଜୟ । ଏହି ମ୍ୟାଚ ହକି ବିଶ୍ୱକପ୍ରେ ଭାରତୀୟ ଟିମ ପାଇଁ ବେଶ ଗୁରୁତ୍ୱ ରଖିଥିଲା । ବିଜୟ ପରେ ବେଶ ଖୁସି ହକି ପ୍ରଶିକ୍ଷଣ ନେଉଥିବା ହକି ଖେଳାଳି ।