ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌; ସ୍ପେନ୍‌କୁ ହରାଇ ଭାରତର ବିଜୟ ଅଭିଯାନ ଆରମ୍ଭ

Published By : Prameya-News7 Bureau | February 11, 2024 IST

ଭୁବନେଶ୍ୱର,୧୧/୦୨: ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଭାରତୀୟ ପୁରୁଷ ହକି ଦଳ ପ୍ରଥମ ମ୍ୟାଚରେ ସ୍ପେନକୁ ହରାଇ ବିଜୟ ଅଭିଯାନ ଆରମ୍ଭ କରିଛି । ଶନିବାର କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଖେଳାଯାଇଥିବା ମ୍ୟାଚରେ ଟିମ୍ ଇଣ୍ଡିଆ ୪-୧ ଗୋଲ୍‌ରେ  ସ୍ପେନ୍‌କୁ ମାତ୍ ଦେଇଛି ।

ମ୍ୟାଚ୍‌ ପ୍ରାରମ୍ଭରୁ ଭାରତ ପ୍ରଭାବ ବିସ୍ତାର କରିଥିଲା । ପ୍ରଥମ କ୍ବାର୍ଟରର ସପ୍ତମ ମିନିଟ୍‌ରେ ହର୍ମନପ୍ରୀତ ସିଂହ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରି ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ । ସେହିପରି ଦ୍ୱିତୀୟ କ୍ୱାର୍ଟର ରୋମାଞ୍ଚକର ରହିଥିଲା ଖେଳ ।  ଭାରତ ଘନ ଘନ ଆକ୍ରମଣ କରିଥିଲା । ୨୦ତମ ମିନିଟ୍‌ରେ ଭାରତ ପେନାଲ୍ଟି ହାତେଇଥିଲା । ହର୍ମନପ୍ରୀତ ଶକ୍ତିଶାଳୀ ଷ୍ଟ୍ରୋକ୍‌  ବଳରେ ପେନାଲ୍ଟିକୁ ଗୋଲ୍‌ରେ ରୂପାନ୍ତରିତ କରିଥିଲେ ।  ଏହାପରେ ୨୪ତମ ମିନିଟ୍‌ରେ  ଭାରତ ଆଉ ଏକ ପେନାଲ୍ଟି  କର୍ଣ୍ଣର ହାସଲ କରିଥିଲା ଓ  ଗୁରଜନ୍ତ ସିଂହ ଏହାକୁ ଗୋଲ୍‌ରେ  ପରିଣତ କରିଥିଲେ । ଭାରତ ଦ୍ୱିତୀୟ କ୍ୱାର୍ଟର  ଶେଷ ସୁଦ୍ଧା ୩-୦ ଗୋଲ୍‌ରେ ଆଗୁଆ ରହିଥିଲା । 

ତୃତୀୟ କ୍ୱାର୍ଟରରେ ସ୍ପେନ୍‌ ଆକ୍ରମଣ  କରିଥିଲା ଓ କଠିନ ପରିଶ୍ରମର ମୂଲ୍ୟ ମିଳିଥିଲା ।  ୩୪ତମ ମିନିଟ୍‌ରେ ଦଳକୁ ମିଳିଥିବା ଏକ  ପେନାଲ୍ଟି କର୍ଣ୍ଣରକୁ ମାର୍କ ମିରାଲେସ୍‌ ଗୋଲ୍‌ରେ ପରିଣତ କରିବାରେ ସଫଳ ହୋଇଥିଲେ । 

wp:embed {"url":"https://www.prameyanews7.com/u19-cwc-2024-title-clash/","type":"wp-embed","providerNameSlug":"prameya-news-7"}
https://www.prameyanews7.com/u19-cwc-2024-title-clash/
/wp:embed

ଚତୁର୍ଥ କ୍ୱରାର୍ଟରରେ ସ୍ପେନ୍‌ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ହେଁ ଭାରତ ବାଜି ମାରି ଦେଇଥିଲା ।  ସ୍ପେନକୁ ୨ଟି ପେନାଲ୍ଟି କର୍ଣ୍ଣର ମିଳିଥିଲା  ମାତ୍ର ଦଳ ବିଫଳ ହୋଇଥିଲା । ଅନ୍ୟ ପଟରେ ଭାରତ ପକ୍ଷରୁ ଲଳିତ ଉପାଧ୍ୟାୟ ୫୦ତମ ମିନିଟ୍‌ରେ ଏକ  ଦର୍ଶନୀୟ ଫିଲ୍ଡ ଗୋଲ୍‌ କରିବା ଫଳରେ ଭାରତ  ୪-୧ ଗୋଲ୍‌ରେ ବିଜୟ ହାସଲ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.