ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ହକି ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ

Published By : Prameya-News7 Bureau | December 28, 2022 IST

ବେଙ୍ଗାଲୁରୁ ୨୮।୧୨ : ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କୁ ହକି ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ । ଏମ୍‌.କେ ଷ୍ଟାଲିନଙ୍କୁ ଆଗାମୀ ହକି ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ।

ଖବର ଅନୁଯାୟୀ, ଆଗାମୀ ବର୍ଷ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ହକି ବିଶ୍ୱକପ୍‌ରେ ଆୟୋଜନ କରାଯିବ । ଏନେଇ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଉତ୍ସବକୁ ନିୟନ୍ତ୍ରଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଏହିକ୍ରମରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ ଷ୍ଟାଲିନ୍‌ଙ୍କୁ ଚେନ୍ନାଇ ସ୍ଥିତ ବାସଭବନରେ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏହି ଅବସରରେ ତାମିଲନାଡୁର ଯୁବ ବିକାଶ ଓ ଖେଳ ମନ୍ତ୍ରୀ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିଂ ମଧ୍ୟ ଉପସ୍ଥିତ ରହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.