ଭୁବନେଶ୍ୱର ୧୦/୦୧: ବୋତଲ ଭିତରେ ହକି ୱାର୍ଲ୍ଡ କପ୍ । ପେନ୍ସିଲରେ ମିନିଏଚର୍ ଆର୍ଟ କରି ଚର୍ଚ୍ଚାରେ ଜଟଣୀର ଆଟିଷ୍ଟ ଏଲ ଇଶ୍ୱର ରାଓ । ୭୫୦ ଗ୍ରାମ ବୋତଲ ଭିତରେ ୪ ଇଞ୍ଚର ପଥରରେ ହକି ୱାଲ୍ଡ କପ୍ ଟ୍ରଫି ପ୍ରସ୍ତୁତ କରିଛନ୍ତି ଏଲ ଇଶ୍ୱର ।
ଏଥିପାଇଁ ସେ ପଥର ,ରିଫିଲ ଓ ଗ୍ଲିଟର ପେପର ବ୍ୟବହାର କରିଥିବା ବେଳେ ଏଥିପାଇଁ ତାଙ୍କୁ ୮ ଦିନ ଲାଗିଛି । ସେହିପରି ପେନସିଲ ମୁନରେ ହାପ୍ ଇଞ୍ଚର୍ ଟ୍ରଫି ଦୁଇ ଦିନରେ ପ୍ରସ୍ତୁତ କରିଛନ୍ତି ଏଲ ଇଶ୍ୱର । ଦୁଇଟି ନିଆରା କଳାକୃତି ମାଧ୍ୟମରେ ହକି ପାଇଁ ଓଡ଼ିଶା ଆସିଥିବା ୧୬ ଟି ଦେଶକୁ ଶୁଭେଛା ଜଣାଇଛନ୍ତି କଳାକାର ଏଲ ଇଶ୍ଵର ରାଓ ।