ପୂଜାରେ ରିଲିଜ ହେବ ପ୍ରଥମ ହୋ ଭାଷାର ଚଳଚ୍ଚିତ୍ର ‘ ଆମ୍ଗେ ଜୁଲୀ ’

Published By : Prameya-News7 Bureau | September 15, 2018 IST

କଟକ୧୫|୯: ଫିଲ୍ମ ମାଧ୍ୟମରେ ଆଦିବାସୀଙ୍କ ହୋ ଭାଷା ପହଞ୍ଚିବ ଜାତୀୟ ସ୍ତରରେ । ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦ ଆନୁସାରେ ମାନ୍ୟତା ଦାବିକୁ ଜୋରଦାର୍ କରିବାକୁ ନିର୍ମାଣ ହୋଇଛି ପ୍ରଥମ ହୋ ଭାଷା ଚଳଚ୍ଚିତ୍ର, ଆମ୍ଗେ ଜୁଲୀ । ଯାହାର ଓଡିଆ ଅର୍ଥ ହେଉଛି ତୁ ମୋ ସାଥି । ଆସନ୍ତା ପୂଜାରେ ଫିଲ୍ମ ରିଲିଜ୍ ହେବ । କଟକରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଆମ୍ଗେ ଜୁଲୀର ଟ୍ରେଲର୍ ଓ ଗୀତ ରିଲିଜ୍ ହୋଇଛି । ଭାରତରେ ରହୁଛନ୍ତି ପ୍ରାୟ କୋଟିଏ ଚାଳିଶି ଲକ୍ଷ ହୋ ଭାଷା ଭାଷୀ ଲୋକ । ଓଡ଼ିଶାରେ ଏହି ସଂଖ୍ୟା ୨୫ ଲକ୍ଷ । କିନ୍ତୁ ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ମାନ୍ୟତା ମିଳିନି । କି ମାନ୍ୟତା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ବି କରାଯାଇନି ।ତେଣୁ ହୋ ଭାଷାକୁ ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ନିର୍ମାଣ ହୋଇଛି ଫିଲ୍ମ । ହୋ ସମାଜ ଫିଲ୍ମ ଏକାଡେମୀ ଆନୁକୂଲ୍ୟରେ ନିର୍ମାଣ ହୋଇଛି ଫିଲ୍ମ ଆମ୍ଗ୍ ଜୁଲୀ । ଯାହାର ଓଡ଼ିଆ ଅର୍ଥ ହେଉଛି ତୁ ମୋ ସାଥୀ । କଟକରେ ଏହି ଚଳଚ୍ଚିତ୍ରର ଟ୍ରେଲର ଏବଂ ଅଡିଓ ରିଲିଜ ହୋଇଛି । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ଫିଲ୍ମର ଷ୍ଟୋରୀ ଗତିଶୀଳ । ସଂଗ୍ରାମ ବିଶ୍ବାଳ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । କଣ୍ଠଦାନ କରିଛନ୍ତି କୁମାର ବାପି, ତପୁ ମିଶ୍ର ଓ ବିଷ୍ଣୁ ମୋହନ କବି । ଫିଲ୍ମକୁ ନେଇ ଅଭିନେତା ଓ ଅଭିନେତ୍ରୀ ବେଶ୍ ଆଶାବାଦୀ । ଏହି ଫିଲ୍ମ ହୋ ଭାଷା ଭାଷୀଙ୍କୁ ଏକତ୍ରିତ କରି ତାଙ୍କ ଭାଷାର ମାନ୍ୟତା ପାଇଁ ଲଢିବାକୁ ପ୍ରୋତ୍ସାହନ ଦେବ ବୋଲି ଫିଲ୍ମ ସହ ଜଡିତ ବ୍ୟକ୍ତିମାନେ ମତ ଦେଇଛନ୍ତି ।[gallery ids="42978,42980"] ଆସନ୍ତା ପୂଜା ବଜାରରେ ଫିଲ୍ମକୁ ରିଲିଜ୍ କରିବାକୁ ଯୋଜନା ରଖିଛନ୍ତି ପ୍ରଯୋଜକ । ଓଡ଼ିଶା, ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ଆସାମରେ ହୋ ଭାଷା ଭାଷି ଲୋକ ରହୁଛନ୍ତି । ତେଣୁ ସେହି ରାଜ୍ୟ ଗୁଡିକରେ ବି ଫିଲ୍ମକୁ ରିଲିଜ୍ କରାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.