ଆତଙ୍କବାଦର ବାରୁଦରୁ ମୁକୁଳୁଛି ଜାମ୍ମୁ-କାଶ୍ମୀର: ହିଜବୁଲ ଆତଙ୍କବାଦୀର ଭାଇ ଉଡ଼ାଇଲେ ତ୍ରିରଙ୍ଗା
13/08/2023 at 10:47 PM

ଶ୍ରୀନଗର: ଧାରା ୩୭୦ ଉଚ୍ଛେଦ ପରେ ଜାମ୍ମୁ-କାଶ୍ମୀରକୁ ଯଦିଓ ଆତଙ୍କବାଦୀଙ୍କ କବଳରୁ ସମ୍ପୂର୍ଣ୍ଣ ମୁକ୍ତି ମିଳିନି ତେବେ ଅପେକ୍ଷାକୃତ ଶାନ୍ତି ଫେରିଛି। ସେଠାରେ ନୂଆ ନୂଆ ଶିଳ୍ପ ପ୍ରତିଷ୍ଠା ସହ ଅନେକ ସରକାରୀ କାର୍ଯ୍ୟ ହେଉଛି। ପୂର୍ବ ଅପେକ୍ଷା ସେଠାକାର ଜନତା ଶାନ୍ତିରେ ରହିବାକୁ ଲାଗିଲେଣି।
କାଲି ଯେଉଁ ଯୁବକଟି ପଥ ହୁଡ଼ି ଆତଙ୍କବାଦର ରାସ୍ତା ଆପଣାଇଥିଲା, ଆଜି ସେ ଭାରତ ‘ମାତା କି ଜୟ’ ସ୍ଲୋଗାନ ଦେଉଛି। ଆଗକୁ ସ୍ୱାଧୀନତା ଦିବସ ଥିବାରୁ ଜାମ୍ମୁ କାଶ୍ମୀର କିଛି ଏମିତି ଦୃଶ୍ୟ ସାମ୍ନାକୁ ଆସିଛି। ଆତଙ୍କବାଦୀ ସଂଗଠନ ହିଜ୍ବୁଲ ମୁଜାହିଦ୍ଦିନର ଜଣେ ଆତଙ୍କବାଦୀର ଭାଇ ନିଜ ଘର ଛାତରେ ତ୍ରିରଙ୍ଗା ଉଡ଼ାଉଥିବାର ଦେଖିବାକୁ ମିଳିଛି।
ଜାମ୍ମୁ-କାଶ୍ମୀର ସପୋରେର ଆତଙ୍କବାଦୀ ଜାଭିଦ ମତ୍ତୋର ଭାଇ ରୟୀସ ମତ୍ତୋ ନିଜ ଘର ଝରକା ପାଖରୁ ତ୍ରିରଙ୍ଗା ପତାକା ଉଡ଼ାଉ ଥିବାର ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଜାଭିଜ୍ ମତ୍ତୋ ଫୈଜଲ, ସକିବ ଓ ମୁସାଏବ ନାଁରେ ବି ପରଚିତ। ଉକ୍ତ ଅଞ୍ଚଳରେ ସବୁଠାରୁ ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତାଲିକାରେ ନମ୍ବର ୧୦ରେ ରହିଛି।
ଶ୍ରୀନଗରରେ ତ୍ରିରଙ୍ଗା ରାଲି
ସ୍ୱାଧୀନତା ଦିବସ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୩ ରୁ ୧୫ ମଧ୍ୟରେ ‘ହର ଘର ତିରଙ୍ଗା’ ଆନ୍ଦୋଳନରେ ଭାଗ ନେବାକୁ ଲୋକଙ୍କୁ ଅନୁରୋଧ କରିଥିଲେ। ରବିବାର ଦିନ ଶ୍ରୀନଗରରେ ଏକ ମେଗା ‘ତିରଙ୍ଗା’ ରାଲି ଆୟୋଜନ କରାଯାଇଥିଲା। ଜାମ୍ମୁ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଶ୍ରୀନଗର ସହିତ ଜାମ୍ମୁ-କାଶ୍ମୀର ଏକାଧିକ ଜିଲ୍ଲାରେ ମଧ୍ୟ ତ୍ରିରଙ୍ଗା ରାଲିର ଆୟୋଜନ ହୋଇଥିଲା।
ପଢ଼ନ୍ତୁ-ଅଗଷ୍ଟ ୧୫ରେ ସମାପ୍ତ ହେବ ଗୋଲାମୀର ଆଉ ଏକ କାହାଣୀ, ବ୍ରିଟିଶ ନୁହେଁ ଏଥର ଶୁଣିବାକୁ ମିଳିବ ସ୍ୱଦେଶୀ ତୋପର ଗର୍ଜନ