ଜମ୍ମୁ-କାଶ୍ମୀର ତ୍ରାଲର ଏପରି ସୁରକ୍ଷିତ ବଙ୍କରେ ରହୁଥିଲେ ହିଜବୁଲ ଆତଙ୍କବାଦୀ, ସହାୟତା କରୁଥିଲେ ପୋଲିସ DSP

Published By : Prameya-News7 Bureau | January 12, 2020 IST

ଶ୍ରୀନଗର ୧୨।୧:  ଦକ୍ଷିଣ କାଶ୍ମୀରର ପୁଲବାମା ନିକଟସ୍ଥ ତ୍ରାଲରେ ରବିବାର ମିଳିତ ସୁରକ୍ଷା ବଳଙ୍କ ଅପରେସନରେ ୩ ହିଜବୁଲ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ-କାଶ୍ମୀର ପୋଲିସ, ରାଷ୍ଟ୍ରୀୟ ରାଇଫଲସ୍ ଓ ସିଆରପିଏଫର ମିଳିତ ଅଭିଯାନରେ ସେମାନଙ୍କ ଆଡ୍ଡା ବି ଧ୍ୱଂସ୍ତ ହୋଇଛି। ତେବେ ଆତଙ୍କବାଦୀଙ୍କ ଏହି ଠିକଣା ସୁରକ୍ଷାବଳଙ୍କୁ ବି ତାଜ୍ଜୁବ କରିଛି। ଏମାନେ ମାଟି ତଳେ ରହି ଏଠାରେ ଏପର୍ଯ୍ୟନ୍ତ ସୁରକ୍ଷାବଳଙ୍କୁ ବେଶ ସୁବିଧାରେ ଟାର୍ଗେଟ କରିଆସୁଥିଲେ ହେଁ କେହି ସେମାନଙ୍କର ସୁରାଗ ବି ପାଉନଥିଲେ।

{"id":210407,"sizeSlug":"large"}

ପୁଲୱାମା ନିକଟସ୍ଥ ତ୍ରାଲ ଜଙ୍ଗଲରେ ରବିବାର ନିହତ ହୋଇଥିବା ୩ ଆତଙ୍କବାଦୀଙ୍କ ମଧ୍ୟରେ ଟପ୍ ହିଜବୁଲ କମାଣ୍ଡର ମଧ୍ୟ ଅଛି। ତେବେ ଅନ୍ୟ ଏକ ଘଟଣାକ୍ରମରେ କୁଲଗାଓଁରେ ଏକ ବସ୍‌ର ତନଖି କରାଯିବା ବେଳେ ସୁରକ୍ଷା କର୍ମୀ ୨ ଜଣ ହିଜବୁଲ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ସମ୍ପର୍କ ତ୍ରାଲର ଏହି ଆତଙ୍କୀ କ୍ୟାମ୍ପ ସହ ଥିବା ନେଇ ଏବେ ସନ୍ଦେହ କରାଯାଉଛି। ଏଠାରେ ଆତଙ୍କବାଦୀଙ୍କୁ ଜମ୍ମୁ-କାଶ୍ମୀର ପୋଲିସର ଜନୈକ ଡିଏସପି ଅଭୟ ସିଂହ ସହଯୋଗ କରୁଥିବାର ମଧ୍ୟ ଏବେ ସନ୍ଦେହ କରାଯାଉଛି। ସେ ବସ୍‌ରେ ଏହି ୨ ଆତଙ୍କବାଦୀଙ୍କୁ ସୁରକ୍ଷିତ କାଶ୍ମୀର ସୀମା ପାର କରାଇବାକୁ ଯାଉଥିଲେ। ତେବେ ସୁରକ୍ଷା କର୍ମୀ ଆତଙ୍କବାଦୀଙ୍କ ସମେତ ଡିଏସପିଙ୍କୁ ମଧ୍ୟ ଗିରଫ କରିଛନ୍ତି। ଏବେ ଡିଏସପିଙ୍କ ଯାଞ୍ଚ ଚାଲିଥିବା ବେଳେ ତାଙ୍କ ଘରୁ ଏକେ-୪୭ ରାଇଫଲ ଓ ଗ୍ରେନେଡ ଆଦି ଜବତ ହୋଇଛି।

{"id":210408,"sizeSlug":"large"}

ଗିରଫ ୨ ହିଜବୁଲ ଆତଙ୍କବାଦୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଧରାପଡିଛନ୍ତି। ସେମାନଙ୍କୁ ଅଭୟ ସୁରକ୍ଷିତ ସୀମା ପାରକରାଇବାକୁ ଯାଉଥିଲେ। ସେହିପରି ଆତଙ୍କବାଦୀଙ୍କ ମାଟି ତଳ ବଙ୍କରରୁ ମିଳିତ ବାହିନୀ ଅନେକ ସାମଗ୍ରୀ ଜବତ କରିଛି। ଏଥିରେ ସେମାନେ ବଙ୍କରକୁ ପ୍ରବେଶ କରିବାର ରାସ୍ତା ମଧ୍ୟ ଖୋଜି କାଢିଛନ୍ତି ସୁରକ୍ଷା ବଳ। ମାଟି ତଳେ ବେଶ୍ ସୁରକ୍ଷିତ ରହି ନିଜ ଟାର୍ଗେଟ୍ ହାସଲ କରିଚାଲୁଥିଲେ ହେଁ ଏପର୍ଯ୍ୟନ୍ତ ସେମାନେ ସେନା, ଅର୍ଦ୍ଧସାମରିକ ବଳ ଓ ପୋଲିସ ନଜରରେ ପଡିନଥିଲେ। ତେବେ ରବିବାର ସେମାନଙ୍କ ବଙ୍କର ଆଡକୁ ଫୋର୍ସ ଆସୁଥିବା ଦେଖି ଗୁଳି ଚାଳନା କରିବାରୁ ସେମାନଙ୍କ ଠିକଣା ନିଶ୍ଚିହ୍ନ ହେବା ସହ ପ୍ରାଣ ହରାଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.