scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନାଟକ ମାଧ୍ୟମରେ ଏଚ୍ଆଇଭି ସଚେତନତା; ‘ଅଭିବ୍ୟକ୍ତି’-ଦି ରେଡ୍ ଶୋ’ ଆୟୋଜନ

16/11/2023 at 2:36 PM

ଭୁବନେଶ୍ବର, ୧୬/୧୧: ନାଟକ ମାଧ୍ୟମରେ ଏଡସ୍ ସଚେତନତା ବର୍ତ୍ତା । ଯୁବବର୍ଗଙ୍କୁ ଏଚ.ଆଇ.ଭି ବାବଦରେ ସଚେତନ କରାଯାଉଛି । ଏଡସ୍ ନିୟନ୍ତ୍ରଣ ସମିତି ପକ୍ଷରୁ ରାଜ୍ୟସ୍ତରୀୟ ନାଟକ ପ୍ରତିଯୋଗୀତା ‘ଅଭିବ୍ୟକ୍ତି’-ଦି ରେଡ୍ ଶୋ’ ଆୟୋଜିତ ହୋଇଥିଲା । ରାଜଧାନୀ ଭୁବନେଶ୍ବରର ୟୁନିଟ-୨ ମାର୍କେଟ ଅଞ୍ଚଳରେ ଏଡସକୁ ନେଇ ପ୍ରତିଯୋଗୀ ମାନେ ନାଟକ ପରିବେଷଣ କରି ସମାଜକୁ ସଚେତନତା ବାର୍ତ୍ତା ଦେଇଛନ୍ତି ।

ମଙ୍ଗଳବାର ଆରମ୍ଭ ହୋଇଥିବା ଏହି ପ୍ରତିଯୋଗୀତାରେ ଏଚଆଇଭି ପ୍ରବଣ ଅନୁଗୁଳ, ବଲାଙ୍ଗିର, ଗଞ୍ଜାମ ଓ ଖୋର୍ଦ୍ଧ ଜିଲ୍ଲାରେ ନାଟକ ପରିବେଷଣ ହୋଇଥିଲା । ଏହି ଜିଲାସ୍ତରୀୟ ନାଟକ ସଚେତନତା କାର୍ଯ୍ୟକ୍ରମରେ ବହୁ ପ୍ରତିଭା ଭାଗ ନେଇଥିଲେ । ବିଜେବି କେନ୍ଦ୍ରଶାସିତ କଲେଜ, ବଲାଙ୍ଗିର ପଞ୍ଚାୟତ ସମିତି ଡିଗ୍ରୀ କଲେଜ, ଗଞ୍ଜାମ ଅଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି । ପ୍ରତିଯୋଗୀତାରେ ଗଂଜାମ ଜିଲ୍ଲା ‘ହାରିଗଲା ଏଚଆଇଭି’ ନାଟକରେ ପ୍ରଥମ ସ୍ଥାନ ଅଧିକାର କରିଛି । ଏହି ଅବସରରେ ଆସିଷ୍ଟାଣ୍ଟ ଡାଇରେକ୍ଟର ସ୍ମୃତି ସାଗରିକା କାନୁନଗୋଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓସାକ୍ସାର କର୍ମକର୍ତ୍ତାଙ୍କ ଦ୍ବାରା ମଞ୍ଚରେ ‘ହାତରେ ହାତ ମିଶାଇବା, ଏଡସ୍ ମୁକ୍ତ ରାଜ୍ୟ ଗଠନ କରିବା’ ଉପରେ ଏକ ସ୍ଵତନ୍ତ୍ର ନାଟକ ପରିବେଷଣ କରାଯାଇଛି ।

ରାଜ୍ୟସ୍ତରୀୟ ଏହି ପ୍ରତିଯୋଗୀତାରେ ବିଚାରକ ଭାବେ ପୂର୍ବତନ ନାଟକ ନିର୍ଦ୍ଦେଶକ, ସଂସ୍କୃତି ବିଭାଗ ଧୀର ମଲିକ, ନାଟକ ସଂଘର ପୂର୍ବତନ ସଭାପତି ହରେନ୍ଦ୍ର ସାହୁ, କ୍ୟାପିଟାଲ ହସ୍ପିଟାଲର ଏଆଇଟି ମେଡିକାଲ ଅଫିସର ଡାକ୍ତର ବିଜୟ ବେହେରା ପ୍ରମୁଖ ଯୋଗଦେଇଥିଲେ ।

ସୂଚନାଯୋଗ୍ୟ ଯେ ଓଡ଼ିଶାର ଯୁବପିଢୀ ସ୍ବାସ୍ଥ୍ୟ କ୍ଷେତ୍ରରେ ତାଙ୍କର ସକାରାତ୍ମକ ଭୂମିକା ପ୍ରଦର୍ଶନ କରିବାର ଆବଶ୍ୟକତାକୁ ଦେଖି ରାଜ୍ୟର ବିଭିନ୍ନ କଲେଜରେ ରେଡକ୍ରସ୍ ସୋସାଇଟି ସହଯୋଗରେ ଓସାକ୍ସ ତରଫରୁ ୬୪୦ ରେଡ୍ ରିବନ କ୍ଲବ ଖୋଲାଯାଇଛି । ଏହା କରିଆରେ ଛାତ୍ରଛାତ୍ରୀମାନଙ୍କୁ ଏଡସ୍ କ୍ଷେତ୍ରରେ ସଚେତନ କରାଯିବା ସହିତ ସମାଜ ପ୍ରତି ନିଜର କର୍ତ୍ତବ୍ୟତୁ ଠିକ୍ ଭାବେ ସଂପାଦନ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।

   Related Posts