କରୋନା ମୁକାବିଲା ପାଇଁ ଆଗକୁ ଆସିଲେ ‘ହିଟମ୍ୟାନ୍’ ରୋହିତ, ଦାନ କଲେ ୮୦ ଲକ୍ଷ ଟଙ୍କା

Published By : Prameya-News7 Bureau | March 31, 2020 IST

ମୁମ୍ବାଇ, ୩୧|୦୩: ମହାମାରୀ କରୋନା ଭାଇରସ ବିରୋଧୀ ଲଢେଇରେ ସାମିଲ ହୋଇଛନ୍ତି ଭାରତୀୟ ଦଳର ବିସ୍ଫୋରକ ବ୍ୟାଟସମ୍ୟାନ ରୋହିତ ଶର୍ମା । ଭାରତୀୟ ଦଳର ଦିନିକିଆ ଓ ଟି୨୦ର ଉପ ଅଧିନାୟକ ହିଟମ୍ୟାନ୍ ରୋହିତ ଏହି ଲଢେଇରେ ଯୋଗଦାନ କରିବେ ବୋଲି ଘୋଷଣା କରିଛନ୍ତି ।

ଏହି ମାରାତ୍ମକ ଭାଇରସ ସାରା ବିଶ୍ୱରେ ୩୭ ହଜାରରୁ ଅଧିକ ଜୀବନ ନେଲାଣି । ଭାରତରେ ମଧ୍ୟ ୩୫ଜଣ ପ୍ରାଣ ହରାଇସାରିଛନ୍ତି । ରୋହିତ ମଙ୍ଗଳବାର ସୋସିଆଲ ମିଡିଆରେ ଟ୍ୱିଟ୍ କରି ନିଜ ଯୋଗଦାନ ବାବଦରେ ଉଲ୍ଲେଖ କରିଛନ୍ତି ।

wp:core-embed/twitter {"url":"https://twitter.com/ImRo45/status/1244848509951459328?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1244848509951459328\u0026ref_url=https%3A%2F%2Faajtak.intoday.in%2Fsports%2Fstory%2Frohit-sharma-donate-corona-virus-pm-cares-funds-hitman-team-india-opener-tspo-1-1176308.html","type":"rich","providerNameSlug":"twitter","className":""}
https://twitter.com/ImRo45/status/1244848509951459328?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1244848509951459328&ref_url=https%3A%2F%2Faajtak.intoday.in%2Fsports%2Fstory%2Frohit-sharma-donate-corona-virus-pm-cares-funds-hitman-team-india-opener-tspo-1-1176308.html
/wp:core-embed/twitter

ସେ କହିଛନ୍ତି ଯେ, ଦେଶକୁ ପୁଣି ଆଗଭଳି ଛିଡା କରିବା ପାଇଁ ସମସ୍ତେ ଆଗକୁ ଆସିବା ଆବଶ୍ୟକ । ସେ ପିଏମ କେୟାର ଫଣ୍ଡକୁ ୪୫ ଲକ୍ଷ, ସିଏମ ରିଲିଫ ଫଣ୍ଡକୁ ୨୫ ଲକ୍ଷ ଓ ଫିଡିଂ ଇଣ୍ଡିଆକୁ ୫ ଲକ୍ଷ ଟଙ୍କା, ଓ୍ୱେଲଫେୟାର ଅଫ୍ ଷ୍ଟ୍ରେ ଡଗ୍ସକୁ ୫ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । ଏହିଭଳି ଭାବେ ରୋହିତ ମୋଟ ୮୦ ଲକ୍ଷ ଟଙ୍କା ଦାନ କରିବେ ବୋଲି କହିଛନ୍ତି ।

ଏହା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ପତ୍ନୀ ଅନୁଷ୍କା ଶର୍ମା ପିଏମ୍ କେୟାର୍ସ ଫଣ୍ଡକୁ ଦାନ କରିବେ ବୋଲି ଶପଥ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.