ହିତେନ୍ ସ୍ୱାଇଁ ହତ୍ୟାକାଣ୍ଡ; ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କଲା ପୋଲିସ
24/12/2022 at 4:34 PM

ଭଞ୍ଜନଗର ୨୪/୧୨: ଭେଜିପୁଟ ବ୍ୟବସାୟୀ ହିତେନ୍ ସ୍ୱାଇଁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ସ୍ୱାଇଁଙ୍କ ସହିତ ୬ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଗୋଟିଏ କାର, ଲାଠି, ଭୁଜାଲି, ଗୋଟିଏ ବାଇକ, ୫ଟି ମୋବାଇଲ, ୧୫ହଜାର ଟଙ୍କା ପୋଲିସ ଅଭିଯୁକ୍ତଙ୍କ ଠାରୁ ଜବତ କରିଛି।
ଗିରଫ ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତମାନେ ଗତ ଡିସେମ୍ୱର ୧୩ରେ ହିତେନଙ୍କୁ ହତ୍ୟା କରି ଦାରିଙ୍ଗିବାଡ଼ି ଘାଟିରେ ଫିଙ୍ଗିଥିଲେ। ଏହି ଅପରାଧିକ ଘଟଣାରେ ପୋଲିସ ପୂର୍ବରୁ ଜଣଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି। ଏବେ ସୁଦ୍ଧା ଏହି ହତ୍ୟା ଅଭିଯୋଗରେ ମୋଟ ୭ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।
Related Posts
ମହୁମାଛି ଆକ୍ରମଣରେ ବାପ-ଝିଅ ଗୁରୁତର, ୧୦ ଆହତ
6 February 2023
ଭତ୍ତା ଆଣିବାକୁ ଯାଇଥିଲେ, ଧକ୍କା ଦେଲା କାର୍: ଚାଲିଗଲା ମହିଳାଙ୍କ ଜୀବନ
6 February 2023
ସବ୍ଜେଲରୁ କଏଦୀ ଫେରାର, ପାଚେରୀ ଡେଇଁ ଚମ୍ପଟ ମାରିଲେ ସତ୍ୟଜିତ୍
6 February 2023