LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ହତ୍ୟା ନା ଆତ୍ମହତ୍ୟା ! ସନ୍ଦେହ ଘେରରେ ହାଇଟେକ ମେଡିକାଲ ଛାତ୍ର ମୃତ୍ୟୁ ଘଟଣା

22/04/2018 at 9:51 AM

ଭୁବନେଶ୍ବର ହାଇଟେକ କଲେଜର ଜଣେ ମେଡିକାଲ ଛାତ୍ର ଆତ୍ମହତ୍ୟା ସନ୍ଦେହ । ମୃତ ଛାତ୍ର ଜଣକ ସୋର ଅଂଚଳର ନିହାର ରଞ୍ଜନ ରାଉତ । ବେକରେ ଦଉଡି ଲଗାଇ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ସନ୍ସେହ କରାଯାଉଛି। ତେବେ କେଉଁ କାରଣରୁ ନିହାର ଆତ୍ମହତ୍ୟା କଲେ ତାହା ଜଣାପଡି ନାହିଁ ।

ଅନ୍ୟପଟେ ପରିବାର ଲୋକେ ମଂଚେଶ୍ବର ଥାନାରେ ଏତଲା ଦେଇ ହତ୍ୟା ଅଭିଯୋଗ ଆଣିଛନ୍ତି ।ପରିବାର ବର୍ଗ କହିଛନ୍ତି ନିହାରଙ୍କୁ ହାଇକୋର୍ଟ ମେଡ଼ିକାଲ କଲେଜ କର୍ତ୍ତୃପକ୍ଷ ମାରିଦେଇଛନ୍ତି । ନିହାର ଥିଲେ ଏମବିବିସଏସ ତୃତୀୟ ବର୍ଷ ଛାତ୍ର । ଗତାକଲି ଠାରୁ ନିହାରଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଘରକୁ କଲେଜ କର୍ତ୍ତୃପକ୍ଷ ଖବର ଦେଇନଥିଲେ । ଅନ୍ୟ ସୂତ୍ରରୁ ଖବର ପାଇ ଘର ଲୋକ ହାଇଟେକ କଲେଜରେ ପହଞ୍ଚିଥିଲେ । ରାତିସାରା ବସିଥିଲେ ମଧ୍ୟ କଲେଜ କର୍ତ୍ତୃପକ୍ଷର କାହାର ଦେଖାନାହିଁ ବୋଲି କହିଛନ୍ତି ପରିବାର ଲୋକ । ଏ
ଥିରେ କଲେଜ କର୍ତ୍ତୃପକ୍ଷଙ୍କ ହାତ ଥିବା ସ୍ପଷ୍ଟ ହେଉଛି ବୋଲି ପରିବାର ଲୋକ ପ୍ରକାଶ କରିଛନ୍ତି ।
ନିହାରଙ୍କର ପ୍ରଥମ ଓ ଦ୍ବିତୀୟ ବଷୟରେ ରେଜଲ୍ଟ ଭଲ କରି ନଥିଲେ । ଏହା ସହ ନିହାର କଲେଜକୁ ବିଭିନ୍ନି ଫିଜ ବାବଦକୁ ୮ ଲକ୍ଷ ଟଙ୍କା ଦେବାର ଥିବା ବୋଲି କହିଛନ୍ତି କଲେଜ କତ୍ତୃପକ୍ଷ। ଏହାସହ ଇଂଟରନାଲ ପାଇଁ ତାଙ୍କୁ କଲେଜ ତରଫରୁ ୮ଲକ୍ଷ ଟଙ୍କା ମଗାଯାଇଥିଲା ବୋଲି ସାଂଘାତିକ ଅଭିଯୋଗ ଆସିଛି । ଫେରୋନସିକ ଟିମ କଲେଜ ସହ ନିହାର ରହୁଥବା ହଶ୍ଟେଲ କୁ ଯାଇ ତଦନ୍ତ ଅାରମ୍କ କରିଛି। କଲେଜ କର୍ତ୍ତୃପକ୍ଷ ନିହାରଙ୍କୁ ମାନସିକ ନିର୍ଯାତନା ଦେଇଥିବାରୁ ଏପରି ହୋଇଛି ବୋଲି ମଧ୍ୟ କୁହାଯାଉଛି । ନିର୍ଯାତନା ସହିନପାରି ପ୍ରତିଦିନ ଘରକୁ ଫୋନ କରି କନ୍ଦାକଟା କରୁଥିଲା ବୋଲି ମଧ୍ୟ ପରିବାର ବର୍ଗ କହୁଛନ୍ତି ।ସେପଟେ ଏହି ଘଟଣା ଅାରମ୍ଭ କରିଛ କମିଶନରେଟ ପୋଲିସ।

Leave a Reply

   Related Posts