vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଭୋ ଉପରେ ଚଢଉ ନେଇ ଚୀନର ରାଗ, କହିଲା- ‘ବିଦେଶୀ କମ୍ପାନୀଙ୍କ ଇଚ୍ଛା କମିଯିବ…’
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୨୮ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୮୯୩୦ କରୋନା ପଜିଟିଭ୍
  • ||
  • ଇଂଲଣ୍ଡରେ ଜନ୍ମଦିନ ପାଳିଲେ ଧୋନୀ, କାଟିଲେ କେକ୍ : ପତ୍ନୀ ସାକ୍ଷୀ ସେୟାର କଲେ ଭିଡିଓ
  • ||
  • କେବଳ ସ୍ପାଇସଜେଟ୍ ନୁହେଁ, ଅନ୍ୟ କମ୍ପାନୀର ବିମାନରେ ମଧ୍ୟ ବଢୁଛି ତ୍ରୁଟି : ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା
  • ||
  • ୪୧ ବର୍ଷରେ ପାଦ ଦେଲେ କ୍ୟାପ୍ଟେନ୍ କୁଲ୍ : ଟିମ୍ ଇଣ୍ଡିଆକୁ ଜିତାଇଥିଲେ ଦିନିକିଆ ଓ ଟି୨୦ ବିଶ୍ୱକପ୍
  • ||
  • ଜନ୍ମଦିନରେ ଓ୍ୱିମ୍ବଲଡନ୍ ଦେଖିବାକୁ ପହଁଚିଲେ ମାହି, ସାମ୍ନାକୁ ଆସିଲା ଫଟୋ
  • ||

ହିତସରା ନରବଳି ଘଟଣାରେ ମିଳୁନି ସ୍ତ୍ରୀର କଟାହାତ, ଏହା ନମିଳିଲେ ଗାଁରେ ଅନିଷ୍ଠ ହେବ ବୋଲି ଅନ୍ଧବିଶ୍ବାସକୁ ନେଇ ଗ୍ରାମବାସୀ ଆତଂକିତ

11/11/2018 at 7:32 PM

ନାକଟିଦେଉଳ ୧୧|୧୧: ନାକଟିଦେଉଳ ଥାନା ହିତସରା ଗାଁରେ ଘଟିଥିବା ନରବଳୀ ଘଟଣାରେ , ଗିରଫ ହୋଇସାରିଥିବା ହତ୍ୟାକାରୀ ସ୍ବାମୀ ର ଚାଂଚଲ୍ୟକର ବୟାନକୁ ନେଇ  ଗାଁରେ ସୃଷ୍ଟି ହୋଇଛି ଭୟ , ଏପଟେ ଏହିଘଟଣାକୁ ନେଇ ଗାଁ ଲୋକଙ୍କୁ  ସମର୍ଥନକରି କଟାହାତ ର ପାପୁଲି ସନ୍ଧାନ ଓ ନରବଳୀ ହତ୍ୟାକାରୀ ସହ ସାମିଲ ଥିବା  ଅନ୍ୟ ସହଯୋଗୀମାନଙ୍କୁ ଗିରଫ ଦାବୀରେ ଗାଁରେ ବସିଛି ବୈଠକ । ଏପରି ଏକ ଅନ୍ଧବିଶ୍ବାସ ଘଟଣାରୁ ଦୂରାଇ ରହିବାକୁ କରାଯାଇଛି ସଚେତନାତା ।

ରେଢାଖୋଲ ଉପଖଣ୍ଡ ନାକଟିଦେଉଳ ଥାନା ହିତସରା ଗାଁରେ ସପ୍ତାହକ ତଳେ ଘରର ଶୁଖଶାନ୍ତି ପାଇଁ ତନ୍ତ୍ରମନ୍ତ୍ର ସାଧନା କରି  ନିଜ ସ୍ତ୍ରୀ ସୁଲୋଚନା ସେଠୀକୁ ହତ୍ୟା କରି ହାତପାପୁଲି କାଟି ରକ୍ତ ଦେଇ ପୂଜାପାଠ କରିଥିବା ଘଟଣା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ହତ୍ୟାକାରି ସ୍ବାମୀ ଚଗଲା ସେଠୀ ଗିରଫ ପରେ ଦେଇଥିବା ବୟାନ ସମସ୍ତଙ୍କୁ ଚକିତ କରିଥିଲା । ଦୁଇବର୍ଷ ପୂର୍ବରୁ  ଘରେ କାଳିପୂଜା ସାଧନା କରି ତନ୍ତ୍ରମନ୍ତ୍ର ଶିକ୍ଷୁଥିଲା ଚଗଲା , ମାଁ କାଳି  କୁଆଡେ ସ୍ବପ୍ନାଦେଶ ଦେଇଥିଲେ ଯେ, ତୋ ପୁଅକୁ ମୋତେ ଦେ ।  ଜନ୍ମିତ ପୁଅକୁ କେମିତି ମାରିବି ଏହା ଭାବି ନିଜ ସ୍ତ୍ରୀକୁ ମାରି ହାତ କାଟି ପୂଜା କରିଥିଲା ଚଗଲା ।   ଏହାଏକ ଅନ୍ଧବିଶ୍ବାସର କରୁଣପରିଣତି , ବଳିଦେଇଥିବା କଥାକୁ ପୋଲିସ ସ୍ବିକାର କରିଛି । ତେବେ କଟାହାତକୁ ନେଇ ବାରମ୍ବାର ଚଗଲା କଥାବଦଳାଉଛି  ଏଣୁ କଟାହାତ ନମିଳିବା ଯୋଗୁଁ ପୋଲିସ ତଦନ୍ତରେ ଅଡୁଆ ହେଉଛି । 

ପ୍ରଥମ ଥରପାଇଁ ଏପରି ଏକ ଅମାନୁଷିକ ଘଟଣା ଏହି ଅଂଚଳରେ  ଘଟିଥିବାରୁ ହିତସରା ଗାଁ ଲୋକେ ଏହାକୁ ବିଶ୍ବାସ କରିପାରୁନାହାଁନ୍ତି । ତନ୍ତ୍ରମନ୍ତ୍ର ସାଧନା, ଗୁଣିଗାରିଡି କରୁଥିବା ଏପରି ଅଭିଯୁକ୍ତକୁ ଫାଶୀ ଦଣ୍ଡ ଦେବା ପାଇଁ ଲୋକେ କହୁଥିବା ବେଳେ ମାଁର ମୃତ୍ୟୁ ପରେ ବାପା ଜେଲଗଲା ପରେ ପୁରା ଏକୁଟିଆ ହୋଇଯାଇଛନ୍ତି ଚଗଲାର ନିରିହ ବୁଢା ବାପା, ମାଁ ଓ ଦୁଇ ପୁଅ ଝିଅ ।   ଏହି ଘଟଣାକୁ ନେଇ ଗାଁରେ ବୌଠକ ବସିଥିଲା  କିପରି କଟାହାତ ମିଳିବ । କେବଳ ସେତିକି ନୁହେଁ ହତ୍ୟାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ନିକଟରେ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି । ଗାଁଗହଳିରେ ଅନ୍ଧବିଶ୍ବାସ ରହିଛି  ଯେ କାଉରୁଆ ହାଡ ରେ ଗୁଣିଗାରିଡି କରିବ । ଏଣୁ ସେହି କଟାହାତ ନମିଳିଲେ ଗାଁର ଅନିଷ୍ଟ ହେବ ଏକ ଅନ୍ଧବିଶ୍ବାସ ଏବେ ଗାଁକୁ କବଳିତ କରିଛି  । ରାଜନୌତିକ ଦଳର ନେତାମାନେ ଏପରି ଗୁଜବରେ ବିଶ୍ବାସନକରିବାକୁ ସଚେତନ କରୁଥିବା ଦେଖିବାକୁ ମିଳିଛି ।

ନରବଳୀ ଦେବା  ଏକ ମାନସିକ ବିକୃତିର ପରିଚୟ   ।  ଏଭଳି ଘଟଣାର ପୁନରାବୃତି ନହେବା ପାଇଁ  ଅଂଚଳର ଲୋକଙ୍କୁ ସଚେତନତା ରହିବା ଦରକାର । ତବେ ଏହିଘଟଣା ପରେ ଗାଁରେ ସୃଷ୍ଟି ହୋଇଥିବା ଭୟ ଦୂରପାଇଁ ପ୍ରଶାସନର ଭୂମିକା ଜରୁରୀ ହୋଇପଡିଛି ।

   Related Posts