ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ଶନିବାରଠୁ ରାଜ୍ୟରେ ବଢିବ ତାତି, କମିବ ଶୀତ: ୧୧ ଯାଏଁ ରହିବ ଖରାର ପ୍ରକୋପ

4/02/2023 at 8:24 AM

ଭୁବନେଶ୍ୱର ୦୪/୦୨: ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରଭାବରେ ଅନେକ ସ୍ଥାନରେ ଶୀତ ବଢିଛି। ଅନେକ ସ୍ଥାନରେ ରାତି ତାପମାତ୍ରା ତଳକୁ ଖସିଛି । ୧୦ ସହରର ତାପମାତ୍ରା ୫ ଡିଗ୍ରୀ ତଳେ ଥିଲା । କିନ୍ତୁ ଶନିବାରଠୁ ଅନେକ ସ୍ଥାନରେ ଶୀତ ଧୀରେ ଧୀରେ କମିବ । ଉପକୂଳ, ଦକ୍ଷିଣ ଆଭ୍ୟନ୍ତର ଓ ଉତ୍ତର ଆଭ୍ୟନ୍ତରରେ ୭ସୁଦ୍ଧା ୪ ଡିଗ୍ରୀ ବଢ଼ିପାରେ ।

ଏନେଇ ସୂଚନା ଦେଇଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ପାଣିପାଗ ବିଶେଷଜ୍ଞଙ୍କ ଅନୁସାରେ, ଭୁବନେଶ୍ୱର ସମେତ ଉପକୂଳ ଜିଲ୍ଲାରେ ଶନିବାର ରାତିରୁ ୭ସୁଦ୍ଧା ସ୍ୱାଭାବିକ ତାପମାତ୍ରା କ୍ରମଶଃ ବଢ଼ିବ । ଶୀତ କମିଯିବ । ଦିନ ତାପମାତ୍ରା ବି ବଢ଼ିବ ।

ପରବର୍ତ୍ତୀ ୪ଦିନରେ ୫ ଡିଗ୍ରୀରୁ ଅଧିକ ତାପମାତ୍ରା ବଢ଼ିଯିବ । ଫଳରେ ଦିନବେଳା ପ୍ରବଳ ତାତି ଅନୁଭୂତ ହେବ । ୧୧ ଯାଏ ଏଭଳି ତାତି ରହିବ । ଦକ୍ଷିଣ ଆଭ୍ୟନ୍ତରରେ ରାତି ତାପମାତ୍ରା ୭ ତାରିଖ ସୁଦ୍ଧା ପ୍ରାୟ ୩ ଡିଗ୍ରୀରୁ ଅଧିକ ବଢିବ । ପରବର୍ତ୍ତୀ ଦୁଇ ଦିନରେ ପୁଣି ୩ ଡିଗ୍ରୀ କମିବ । ସେହିଭଳି ୧୧ ସୁଦ୍ଧା ଦିନ ତାପମାତ୍ରା ୫ ଡିଗ୍ରୀ ବଢ଼ିବ । ଫଳରେ କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଭଳି ଜିଲ୍ଲାରେ ଦିନ ତାପମାତ୍ରା ବହୁତ ବଢ଼ିଯିବ । ଉତ୍ତର ଆଭ୍ୟନ୍ତରରେ ୭ ତାରିଖ ସୁଦ୍ଧା ରାତି ତାପମାତ୍ରା ୪ ଡିଗ୍ରୀ ବଢ଼ିବ ।

ପରବର୍ତ୍ତୀ ଦୁଇ ଦିନରେ ୨ ଡିଗ୍ରୀ କମିପାରେ । ଦିନର ସର୍ବାଧିକ ତାପମାତ୍ରା ୩ ଡିଗ୍ରୀ ବଢ଼ିବ ବୋଲି ଡ. ପଶୁପାଳକ ଆକଳନ କରିଛନ୍ତି । ତେବେ ୭ ଓ ୮ରେ ରାଜ୍ୟରେ ଘନ କୁହୁଡ଼ି ହୋଇପାରେ । ସେପଟେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ବହିବ । ଆଉ ୨୪ ଘଣ୍ଟା ଏହାର ପ୍ରଭାବ ରହିପାରେ ।

   Related Posts