ଦିନିକିଆରେ ଡିଭିଲିୟର୍ସଙ୍କ ରେକର୍ଡ ଭାଙ୍ଗିଲେ ହିଟ୍ ମ୍ୟାନ୍, କଲେ ଏହି କମାଲ୍

Published By : Prameya-News7 Bureau | January 15, 2023 IST

ତିରୁଅନନ୍ତପୁରମ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ତଥା ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା ଅନ୍ତର୍ଜାତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସଙ୍କୁ ପଛରେ ପକାଇଛନ୍ତି। ରୋହିତ ଦିନିକିଆରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନଙ୍କ ତାଲିକାରେ ଡିଭିଲିୟର୍ସଙ୍କୁ ପଛରେ ପକାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ତ୍ରିବେନ୍ଦ୍ରମରେ ଖେଳାଯାଉଥିବା ତୃତୀୟ ଦିନିକିଆରେ ହିଟମ୍ୟାନ୍ ଏହି ଉପଲବ୍ଧି ହାସଲ କରିଛନ୍ତି।

ରୋହିତ ଶର୍ମା ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆରେ ୨୪ ରନ କରିବା ମାତ୍ରେ ଦିନିକିଆରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନଙ୍କ ତାଲିକାରେ ଡିଭିଲିୟର୍ସଙ୍କୁ ଟପିଛନ୍ତି। ଡିଭିଲିୟର୍ସ ଦିନିକିଆ କ୍ରିକେଟରେ ୯୫୭୭ ରନ କରିଛନ୍ତି। ରୋହିତ ଶର୍ମା ଏହି ମ୍ୟାଚ୍ ପୂର୍ବରୁ ୯୫୫୪ ରନ କରି ସାରିଥିଲେ ଏବଂ ତୃତୀୟ  ଦିନିକିଆରେ ଡିଭିଲିୟର୍ସଙ୍କୁ ଅତିକ୍ରମ କରି ୧୭ତମ ସ୍ଥାନରେ ପହଞ୍ଚିଛନ୍ତି। ଏଥିସହ ଭାରତୀୟ ବ୍ୟାଟସମ୍ୟାନଙ୍କ ତାଲିକାରେ ଷଷ୍ଠ ସ୍ଥାନକୁ ଉଠିଛନ୍ତି।

ରୋହିତ ଆଜିର ମ୍ୟାଚ୍‌ରେ ୪୯ ବଲ୍‌ରୁ ୪୨ ରନର ପାଳି ଖେଳିଛନ୍ତି। ଏଥିରେ ୨ ଚୌକା ଏବଂ ୩ ଛକା ସାମିଲ୍। ନିଜ ପସନ୍ଦର ସଟ୍ ଖେଳି ସେ ସ୍କୋୟାର ଲେଗ୍‌ ଅଞ୍ଚଳରେ କ୍ୟାଚ୍ ଆଉଟ୍ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.