ରାଜଧାନୀରେ ହିଟ୍ ଆଣ୍ଡ ରନ୍ : ବ୍ୟାରିକେଡ୍ ଘୋଷାଡି ନେଲା ସ୍କର୍ପିଓ, ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଟ୍ରାଫିକ୍ କର୍ମଚାରୀ

Published By : Prameya-News7 Bureau | May 29, 2024 IST

ଭୁବନେଶ୍ବର ୨୯।୫: ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ । ନିଶାଶକ୍ତ ଚାଳକଙ୍କ ଉନ୍ମତ୍ତ କାଣ୍ଡ । ଭାଙ୍ଗିଲେ ଓମ୍ଫେଡ୍ ଛକ ଚେକ୍ ପୋଷ୍ଟର ଏକାଧିକ ବ୍ୟାରିକେଡ଼ । ସ୍କର୍ପିଓ ସହ ବ୍ୟାରିକେଡ଼ ଘୋଷାଡି ନେଇଛନ୍ତି ଚାଳକ । ଅଳ୍ପକେ ବର୍ତ୍ତିଲେ ୨୦ରୁ ଅଧିକ ଟ୍ରାଫିକ୍ କର୍ମଚାରୀ । ଦୁର୍ଘଟଣା ଘଟାଇ ଫେରାର ହେଲା ଚାଳକ । ଚାଳକକୁ ଧରିବାକୁ ସ୍ମାର୍ଟ ସିଟି କ୍ୟାମେରା ଦେଖିବା ସହ ରାତିସାରା ପୋଲିସ କଲା କସରତ । 

ମଙ୍ଗଳବାର ବିଳମ୍ୱିତ ରାତିରେ ଓମ୍ଫେଡ ଛକରେ ଟ୍ରାଫିକ ପୋଲିସ ପକ୍ଷରୁ ଚାଲିଥିଲା ବ୍ଲକିଂଚେକିଂ । ହଠାତ ଦ୍ରୁତ ଗତିରେ ଏକ ସ୍କର୍ପିଓ କାର୍ ଡ଼ମଣା ଛକରୁ ଆସି ଓମ୍ଫେଡ଼ ଛକ ଆଡ଼କୁ ମାଡି ଆସିଥିଲା । ଚେକିଂ ପାଇଁ ପୋଲିସ ଅଟକାଇଥିଲେ ମଧ୍ୟ ଚାଳକ ଜଣକ ନରହି ସମସ୍ତ ବାରିକେଡ୍ ଭାଙ୍ଗିବା ସହ ଗୋଟିଏ ବ୍ୟାରିକେଡ଼କୁ ଘୋଷାଡି ନେଇ ଯାଇଥିଲେ । ସବୁ ବ୍ୟାରିକେଡ଼କୁ ପିଟିବା ସମୟରେ ସେଠାରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀ ମାନେ ଛିଟିକି ପଡ଼ିଥିଲେ । ଦ୍ରୁତ ଗତିରେ ଚାଲୁଥିବା କାର୍ ଚକା ତଳେ ଗୋଟିଏ ଷ୍ଟିଲ ବ୍ୟାରିକେଡ଼ ଲାଖି ଯାଇଥିବାରୁ ରାସ୍ତା ସାରା ନିଆଁ ବାହାରୁଥିଲା । ଘଟଣାସ୍ଥଳରୁ ଟ୍ରାଫିକ ଡିସିପି, ଏସିପି, ଥାନା ଅଧିକାରୀ ମିଶି ଗାଡ଼ିକୁ ପିଛା କରିଥିଲେ ହେଲେ ଚାଳକ ଜଣକ ବିଭିନ୍ନ ଗଳିରେ ପଶି ଯାଇଥିଲେ । ପରେ ଭୋର ସମୟ ପର୍ଯ୍ୟନ୍ତ ପୋଲିସ ବିଭିନ୍ନ ଛକ ଓ ଛକରେ ଲାଗିଥିବା ସ୍ମାର୍ଟସିଟି କ୍ୟାମେରା ଦେଖି ଖୋଜିବା ସହ ତଦନ୍ତ ଚଳାଇଛି ।

You Can Read :

ହାଇୱାକୁ ପଛପଟୁ ପିଟିଲା ଯାତ୍ରୀବାହୀ ବସ୍ : ଡ୍ରାଇଭରଙ୍କ ମୃତ୍ୟୁ, ୨୦ରୁ ଅଧିକ ଯାତ୍ରୀ ଆହତ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.