oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୮ କୋଭିଡ୍ ପଜିଟିଭ୍
  • ||
  • ବୌଦ୍ଧ : ଲୁଗା ଶୁଖାଇବା ହେଲା କାଳ, ବିଦ୍ୟୁତ ଆଘାତରେ ଚାଲିଗଲା ତିନିଜଣଙ୍କ ଜୀବନ
  • ||
  • ଲଘୁଚାପ ପ୍ରଭାବରେ ଭିଜୁଛି ସାରା ରାଜ୍ୟ, ଭଦ୍ରକରେ ରେକର୍ଡ ସଂଖ୍ୟକ ବର୍ଷା
  • ||
  • ବାରାମୁଲ୍ଲାରେ ଶୋପିଆନ୍‌ରେ ଏନକାଉଣ୍ଟର: ୩ ଆତଙ୍କବାଦୀ ନିପାତ, ମୁଲୁରେ କମ୍ୱିଂ ଜାରି
  • ||

ଐତିହାସିକ: ରାଜ୍ୟର ବିଏସଏଫ ବେସ୍‌ରେ ପ୍ରଥମ ଥର ଉଡିଲା ତ୍ରିରଙ୍ଗା

15/08/2021 at 7:23 PM

ମାଲକାନଗିରି ୧୫।୦୮:  ଓଡିଶାରେ ଏମିତି ଏକ ବିଏସଏଫ କ୍ୟାମ୍ପ ରହିଛି ଯେଉଁଠି ପ୍ରଥମ  ଥର ଉଡିଛି ତ୍ରିରଙ୍ଗା। ଏହା କରି ଦେଖାଇଛନ୍ତି ଯବାନ। ମାଲକାନଗିରି ଜିଲ୍ଲା ମୁଖ୍ୟାଳୟଠୁ ପ୍ରାୟ ୯୦ କିଲୋମିଟର ଦୂର ମୋହୁପଦାରରେ ରହିଛି ବିଏସଏଫର ସିଓବି(କମ୍ପାନୀ ଅପରେଟିଂ ବେସ୍)। ଏହା  ଓଡିଶା ଓ ଛତିଶଗଡ ସୀମାରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ। ଏହି ବେସ୍‌ର ସୁରକ୍ଷା ଦାୟିତ୍ଵରେ ଅଛନ୍ତି ବିଏସଏଫର ୧୬୦ମ ବାଟାଲିୟନର ଯବାନ। ରାଜ୍ୟର ସର୍ବାଧିକ ନକ୍ସଲ ହିଂସା ପ୍ରଭାବିତ ଅଞ୍ଚଳରେ ସୁରକ୍ଷାବଳର ଉପସ୍ଥିତି ବଢାଇବା ଏବଂ ଅଞ୍ଚଳର ବିକାଶ କାର୍ଯ୍ୟ ଆରମ୍ଭ ପାଇଁ ଏକ ପ୍ରୟାସସ୍ଵରୂପ ଏହି ବେସ୍‌କୁ ଚଳିତ ବର୍ଷ ମେ ୨୮ରେ ସକ୍ରିୟ କରାଯାଇଥିଲା।

ମୋହୁପଦାର ଓ ଏହାର ଆଖପାଖ ଅଞ୍ଚଳରେ ମାଓ ହିଂସା ଘଟଣା ସର୍ବଦା ଦେଖିବାକୁ ମିଳିଥାଏ। ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ, ବିଏସଏଫର  ବରିଷ୍ଠ ଅଧିକାରୀଙ୍କ କହିବା କଥା ମାଓ ପ୍ରଭାବିତ ଏହି ଅଞ୍ଚଳରେ ମାଓବାଦୀ ସ୍କୁଲ ଓ ପଞ୍ଚାୟତ କୋଠା ଭଙ୍ଗାରୁଜା କରିଥାନ୍ତି। କିଛି ବର୍ଷ ପୂର୍ବେ ମାଓବାଦୀ ଏକ ପୋଲିସ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ। ଅଧିକାରୀଙ୍କ ଅନୁସାରେ, ସୁରକ୍ଷାକର୍ମୀଙ୍କୁ ମଧ୍ୟ ଏହି ଅଞ୍ଚଳରେ ଅନେକ ଥର ନକ୍ସଲ ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଛି। ଅନେକ ଥର ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ମଧ୍ୟ ଘଟିଛି।

ଅଧିକାରୀ କହିଛନ୍ତି, ସ୍ଵାଧୀନତା ଦିବସ ଅବସରରେ ଏହି ବେସ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ମାଲକାନଗିରିରେ ବିଏସଏଫର ସେକ୍ଟର ମୁଖ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହି ସମୟରେ ଡେପୁଟୀ ଇନ୍ସପେକ୍ଟର ଜେନେରାଲ ଏସକେ ସିଂହ, ୧୬୦ତମ ବାଟାଲିୟନର କମାଣ୍ଡେଣ୍ଟ ତୀର୍ଥ ଆଚାର୍ଯ୍ୟ, ଗାଁର ସରପଞ୍ଚ, ପୋଲିସ ଅଧିକାରୀ ଓ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ଧ୍ଵଜାରୋହଣ ସହ ସ୍ଵାଧୀନତା ଦିବସର ଶୁଭକାମନା ଦିଆଯାଇଥିଲା। ଅଧିକାରୀ କହିଛନ୍ତି, ସ୍ଵାଧୀନ ଭାରତରେ ପ୍ରଥମ ଥର ଏଠାରେ ତ୍ରିରଙ୍ଗା ଉଡିଛି।

   Related Posts