ଆମେରିକା ଇତିହାସରେ ପ୍ରଥମ ! ଦୀପାବଳି ପାଇଁ ନ୍ୟୁୟର୍କରେ ସ୍କୁଲ ଛୁଟି

Published By : Prameya-News7 Bureau | November 11, 2023 IST

ନୂଆଦିଲ୍ଲୀ: ନ୍ୟୁୟର୍କରେ ଦୀପାବଳି ଫିବର୍‌। ଚଳିତ ବର୍ଷ ନ୍ୟୁୟର୍କରେ ଦିୱାଲୀ ଛୁଟି ଘୋଷଣା କରାଯାଇଛି। ଯାହା ଆମେରିକା ଇତିହାସରେ ପ୍ରଥମ। ଭାରତୀୟ ପର୍ବ ଭାବେ ଆମେରିକାର ନ୍ୟୁୟର୍କରେ ଦୀପାବଳି ଛୁଟି ଘୋଷଣା କରାଯାଇଛି। ଏହି ଅବସରରେ ନ୍ୟୁୟର୍କ ସହରର ମେୟର ଏରିକ ଆଦାମ୍ସଙ୍କ କାର୍ଯ୍ୟାଳୟ ବିଦ୍ୟାଳୟରେ ଦିୱାଲୀ ଛୁଟି ପାଇଁ ଘୋଷଣା କରିଛନ୍ତି।

ଚଳିତ ବର୍ଷର ଦୀପାବଳିକୁ ଏକ ବିଶେଷ ଉତ୍ସବ ବୋଲି କହିଛନ୍ତି। ଦୀପାବଳିକୁ ଛୁଟିଦିନ ଘୋଷଣା କରିବା ପାଇଁ ୨୦ ବର୍ଷରୁ ଅଧିକ ସମୟ ଧରି ଦାବି କରିଆସୁଥିଲା ଭାରତୀୟ ସମ୍ପ୍ରଦାୟ। ଭାରତ ପାଇଁ ଏହି ଦୀପାବଳି ଐତିହାସିକ ହେବାକୁ ଯାଉଛି।

ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଏବଂ ପ୍ରତିଟି ଭାରତୀୟଙ୍କ ଲାଗି ଏହା ଗୌରବମୟ ଦିନ । କାରଣ ଭାରତର ସଂସ୍କୃତିକୁ ଆମେରିକାରେ ପରିଚୟ ମିଳିଥିବା ବେଳେ ଏବେ ପିଲାମାନେ ଏହି ଦିନ ସ୍କୁଲ ନଯାଇ ଘରେ ରହି ପର୍ବ ପାଳନ କରିପାରିବେ ।

ସହରରେ ସଂସ୍କୃତିର ବିବିଧତାକୁ ପରିଚିତ କରାଇବା ଲାଗି ଏଭଳି ନିଷ୍ପତ୍ତି ହୋଇଛି । ଦୀର୍ଘ ଦିନର ଏହି ଦାବି ଏବଂ ଅପେକ୍ଷା ଫଳପ୍ରଦ ହୋଇଥିବାରୁ ନ୍ୟୁୟର୍କ ମେୟରଙ୍କ କାର୍ଯ୍ୟାଳୟର ଡେପୁଟି କମିଶନର ଦିଲ୍ଲୀପ ଚୌହାନ ଭାରତୀୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଚଳିତବର୍ଷ ଦୀପାବଳି ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି । ପ୍ରବାସୀ ଭାରତୀୟ ଏବଂ ଭାରତ-ଆମେରିକୀୟଙ୍କ ପ୍ରଚେଷ୍ଟା ଫଳରେ ନ୍ୟୁୟର୍କ ମେୟର ସ୍କୁଲ ପାଇଁ ଦୀପାବଳି ଛୁଟି ଘୋଷଣା କରିଛନ୍ତି । ଦୀପାବଳି ଦିନ ପିଲାମାନେ ସ୍କୁଲ ଯିବାର କୌଣସି ଆବଶ୍ୟକତା ନାହିଁ । ସେମାନେ ଘରେ ରହି ଦୀପାବଳି ପାଳନ କରିପାରିବେ ବୋଲି ଦିଲ୍ଲୀପ ଚୌହାନ କହଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.