ମୁଁ ରାଜନୀତିକୁ ଆସେ ଚାହାନ୍ତିନି ପତ୍ନୀ, ରାହୁଲ ସ୍ମାର୍ଟ ଓ ଇଣ୍ଟେଲିଜେଣ୍ଟ: ରଘୁରାମ ରାଜନ

Published By : Prameya-News7 Bureau | May 28, 2024 IST

ନୂଆଦିଲ୍ଲୀ ୨୮।୫: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ରାଘୁରାମ ରାଜନଙ୍କ ରାଜନୀତି ପ୍ରବେଶ ନେଇ ଦୀର୍ଘ ସମୟରୁ ଅନୁମାନ କରାଯାଉଛି। ତେବେ ନିଜେ ରଘୁରାମ ରାଜନ କେବେ ଏ କଥା ପୁଷ୍ଟି କରି ନାହାନ୍ତି। କ୍ଷମତାସୀନ ବିଜେପିର ନୀତିକୁ ପ୍ରାୟତଃ ସମାଲୋଚନା କରୁଥିବା ରଘୁରାମ ରାଜନଙ୍କୁ ଅନେକ ଥର ରାହୁଲ ଗାନ୍ଧିଙ୍କ ସହ କଥା ହେଉଥିବାର ଦେଖାଯାଇଛି। ଏଣୁ ପ୍ରଶ୍ନ ଉଠେ ରଘୁରାମ ରାଜନ କଣ କଂଗ୍ରେସ୍‌ରେ ଯୋଗ ଦେବେ କି? ରଘୁରାମ ରାଜନ ଏ କଥାର ପୁଣି ଥରେ ଜବାବ ଦେଇଛନ୍ତି। ଆସନ୍ତୁ ଜାଣିବା କହିଛନ୍ତି କ’ଣ?

ରଘୁରାମ ରାଜନ କହିଛନ୍ତି ଯେ ତାଙ୍କ ପରିବାର ଚାହେଁନି ସେ ରାଜନୀତିକୁ ଆସନ୍ତୁ। ଏ କଥା ମୁଁ ବାରମ୍ବାର କହୁଛି ହେଲେ ଲୋକେ ମୋ କଥାକୁ ବିଶ୍ୱାସ କରୁ ନାହାନ୍ତି। ମୁଁ ଜଣେ ଶିକ୍ଷାବିତ୍ ମୋ କାମ ଚାଟୁକାରିତା ନୁହେଁ। ମୋର ଏକ ପରିବାର ଓ ପତ୍ନୀ ଅଛନ୍ତି ଯେଉଁମାନେ ଚାହାଁନ୍ତିନି ମୁଁ କୌଣସି ପ୍ରକାରେ ରାଜନୀତି କରେ। ଏଣୁ ରାଜନୀତିରେ ପ୍ରବେଶ କରିବା ବଦଳେ ଯେଉଁଠି ସମ୍ଭବ ମାର୍ଗଦର୍ଶନ କରିବାରେ ସହାୟତା କରିବାକୁ ଚାହୁଁଛି। 

ସେ କହିଛନ୍ତି ଯେ ମୁଁ ଏହା ଉଦ୍ୟମ କରୁଛି, ଯେଉଁଠି ମୋତେ ଲାଗେ ସରକାରୀ ନୀତି ଧାରଣାଚ୍ୟୁତ ହେଉଛି ମୁଁ ଚାହେ ସରକାରରେ ଥାଏ ବା ନଥାଏ ମୁଁ ସେ ସମ୍ପର୍କରେ କଥା ହୁଏ। ଏଥିରେ ସେ ରାହୁଲ ଗାନ୍ଧିଙ୍କୁ ପରାମର୍ଶ ଦିଅନ୍ତି କି ବୋଲି ପଚରା ଯିବାରେ ଏହା ଏକ ଭୁଲ ଧାରଣା ବୋଲି ସେ କହିଛନ୍ତି।  ସେ କହିଛନ୍ତି ଆପଣ ଜାଣନ୍ତି ରାହୁଲ ଜଣେ ବୁଦ୍ଧିମାନ, ସ୍ମାର୍ଟ ଓ ଇଣ୍ଟେଲିଜେଣ୍ଟ ବ୍ୟକ୍ତି। ମୋତେ ଲାଗୁଛି ଲୋକଙ୍କର ଯେଉଁ କଥା ଉପରେ ଆପତ୍ତି ତାହା ହେବା ଉଚିତ ନୁହେଁ। ଏହା ସେହି ପରିବାର ଯିଏ ଜେଜିଙ୍କ ହତ୍ୟା ଦେଖିଛି, ପିତାଙ୍କୁ ବୋମା ବିସ୍ଫୋରଣରେ ହତ୍ୟା କରାଯାଇଛି। 

ଏଥିରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ ରାଜନୀତିରେ ସାମିଲ ହେବା ଅର୍ଥ ପୁଣି ଥରେ ଭିଡ ମଧ୍ୟରେ ରହିବା। ମୋତେ ଯଦି ଏପରି ଅନୁଭବ ହୁଏ ମୁଁ ବିଛଣାରେ ଲୁଚି ରହେ। ଏଣୁ ମୋତେ ଲାଗୁଛି ରାହୁଲଙ୍କ ଠାରେ ଏପରି ଅନେକ ଗୁଣ ଅଛି ଯାହାକୁ ପ୍ରଶଂସା କରାଯାଇପାରେ। ଆପଣ ତାଙ୍କ ରେକର୍ଡ ଦେଖନ୍ତୁ ସେ ପିଛିଲା ଘଟଣାମାନଙ୍କ ଉପରେ କଣ କହିଛନ୍ତି। ମୋତେ ଲାଗୁଛି କୋଭିଡ କାଳରେ ସେ ହିଁ ସଠିକ ଥିଲେ। ସେ କହିଥିଲେ ଆମକୁ ଅଧିକ ପ୍ରସ୍ତୁତି କରିବା ଆବଶ୍ୟକ, ଆମକୁ ଜଲଦି ଜଲଦି କାମ କରିବାକୁ ପଡିବ। 

କଂଗ୍ରେସ ହିଁ ସେହି ଦଳ ଥିଲା ଯିଏ କୋଭିଡ-୧୯ ପାଇଁ ନିଜର ସମସ୍ତ ରାଲି ପ୍ରତ୍ୟାହାର କରିଥିଲା। ଯାହା ଯୋଗୁ ଦେଶରେ କରୋନା ଦ୍ୱିତୀୟ ଲହର କାଳରେ ରାଜନୀତି ଅଟକି ଯାଇଥିଲା। ରଘୁରାମ ରାଜନ କହିଛନ୍ତି ରାହୁଲ ଗାନ୍ଧିଙ୍କ ନିକଟରେ ସବୁ ପ୍ରଶ୍ନର ଜବାବ ହୁଏତ ନାହିଁ, ହେଲେ ତାଙ୍କ ବିଷୟରେ ଯାହା ଦେଖାଯାଇଛି ସେ ଜଣେ ବୁଝାସୁଝା ବିଜ୍ଞ ନେତା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.