ହୀରାକୁଦରେ କମୁଛି ଜଳ, ଏବେ ୬୨୧.୦୨ ଫୁଟ୍‌ ରହିଛି ପାଣି

Published By : Prameya-News7 Bureau | August 20, 2022 IST

ସମ୍ବଲପୁର ୨୦।୦୮: ଉପରମୁଣ୍ଡରେ କମିଛି ବର୍ଷା । ଯାହାଫଳରେ ହୀରାକୁଦ ଜଳଭଣ୍ଡାରରେ ଧୀରେ ଧୀରେ କମୁଛି ବନ୍ୟା ଜଳ । ଏବେ ହୀରାକୁଦରେ ୬୨୧.୦୨ ଫୁଟ୍‌ ପାଣି ରହିଛି । ବର୍ତ୍ତମାନ ୨୦ଟି ଗେଟ୍‌ ଦେଇ ବନ୍ୟା ନିଷ୍କାସନ ଜାରି ରହିଛି ।

ସେହିପରି ପ୍ରତି ସେକେଣ୍ଟରେ ୨.୧୬ ଲକ୍ଷ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୩.୫୪ ଲକ୍ଷ କ୍ୟୁସେକ୍‌ ଜଳ ବାହାରୁଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ରହିଛି ।

ସୂଚନାଯୋଗ୍ୟ ଯେ, ଉପର ଓ ତଳମୁଣ୍ଡରେ ଲଗାତର ବର୍ଷା ଲାଗି ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଥିଲା । ଯାହାଫଳରେ ହୀରାକୁଦରେ ୪୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିଲା । ଏତେ ପରିମାଣରେ ହୀରାକୁଦରେ ପାଣି ନିଷ୍କାସନ ହେବା ଦ୍ୱାରା ମହାନଦୀ ଓ ତାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ତଳିଆ ଅଞ୍ଚଳରେ ବନ୍ୟା ଜଳ ପଶିଛି । ଯାହାଫଳରେ ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେବି ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, କେନ୍ଦ୍ରାପଡ଼ା, କଟକ, ବାଲେଶ୍ୱର, ଭଦ୍ରକ ଆଦି ଜିଲ୍ଲାର କିଛି ଲୋକେମାନେ ପାଣି ଘେରରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.