ବନ୍ଦ୍ ହେଲା ହୀରାକୁଦ ଡ୍ୟାମ୍‌ର ୫ଟି ଗେଟ୍, ୬ଟି ଗେଟ ଦେଇ ଜଳ ନିଷ୍କାସନ ଜାରି

Published By : Prameya-News7 Bureau | September 24, 2022 IST

ସମ୍ବଲପୁର ୨୪/୦୯ : ବନ୍ଦ ହେଲା ହୀରାକୁଦ ଡ୍ୟାମର ୫ଟି ଗେଟ୍ । ବର୍ତ୍ତମାନ ୬ଟି ଗେଟ ଦେଇ ଜଳ ନିଷ୍କାସନ ଜାରି । ବାମ ପାର୍ଶ୍ୱରେ ୪ଟି ଏବଂ ଡାହାଣ ପାର୍ଶ୍ୱରେ ୨ଟି ଗେଟ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ସକାଳ ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ରହିଛି ୬୨୯.୨୯ ଫୁଟ୍ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ପ୍ରବେଶ କରୁଛି ୧ ଲକ୍ଷ ୫୮ ହଜାର ୩୭୭ କ୍ୟୁସେକ ଜଳ । ନିଷ୍କାସିତ ହେଉଛି ୨ ଲକ୍ଷ ୨୧ ହଜାର ୯୦୬ କ୍ୟୁସେକ ଜଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.