scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୮ଟି ଗେଟ୍‌, ଏବେ ୨୬ଟି ଦେଇ ଜଳ ନିଷ୍କାସନ

15/08/2022 at 1:31 PM

ସମ୍ବଲପୁର ୧୫।୦୮: ବନ୍ଦ ହେଲା ହୀରାକୁଦର ଜଳଭଣ୍ଡାରର ୮ଟି ଗେଟ୍‌ । ବର୍ତ୍ତମାନ ୨୬ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବାମ ପାର୍ଶ୍ୱରେ  ୧୮ଟି ଏବଂ ଡାହାଣ ପାଶ୍ୱରେ ୮ଟି ଗେଟ୍‌ ଦେଇ ବାହାରୁଛି ବନ୍ୟାଜଳ ।

ଖବର ଅନୁଯାୟୀ, ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବଢିବାରେ ଲାଗିଥିଲା । ପରେ ଜଳଭଣ୍ଡାରରେ ପର୍ଯ୍ୟାୟ କ୍ରମେ ୩୪ଟି ଗେଟ୍‌ ଖୋଲାଯାଇଥିଲା । ଯାହାଫଳରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । ଖାସ୍‌ କରି ମହାନଦୀରେ ମଧ୍ୟ ଜଳସ୍ତର ବଢିବାରେ ଲାଗିଛି । ଆଉ ଏବେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର କମିଛି । ଯାହାକୁ ଦୃଷ୍ଟିରେ ରଖି ୮ଟି ଗେଟ୍‌ ବନ୍ଦ କରାଯାଇଛି । ମୋଟ ୨୬ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି ।

ତେବେ ହୀରାକୁଦରେ ଗେଟ୍‌ ବନ୍ଦ ହେବା ପରେ ତଳିଆ ଅଞ୍ଚଳବାସୀ ଆଶ୍ୱସ୍ତି ଲାଭ କରୁଥିବେ । ମହାନଦୀରେ ବନ୍ୟା ନେଇ ଯେଉଁ ଆଶଙ୍କା ବଢିଥିଲେ । ସେଥିରେ କିଛି ସମୟ ପାଇଁ ବିରାମ ଲାଗିଥିବା ଅନୁମାନ କରାଯାଉଛି ।

   Related Posts