ହୀରାକୁଦରେ ବଢୁଛି ଜଳସ୍ତର, ଏବେ ୬୨୫.୦୪ ଫୁଟ ପାଣି ; ଫୁଲୁଛି ମହାନଦୀ
16/08/2022 at 7:47 AM

ସମ୍ବଲପୁର ୧୬।୦୮ : ବଢୁଛି ହୀରାକୁଦ ଜଳସ୍ତର। ଫୁଲୁଛି ମହାନଦୀ । ହୀରାକୁଦ ଡ୍ୟାମ୍ ରୁ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ଜଳସ୍ତର ବୃଦ୍ଧି ପାଉଥିବାରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରଣ ଜାରି ରହିଛି । ବାଙ୍କୀ, ଆଠଗଡର ଅନେକ ଅଞ୍ଚଳ ଏବେ ଜଳମଗ୍ନ ରହିଛି।
ହୀରାକୁଦର ୨୬ଟି ଗେଟ୍ ଖୋଲା ଯାଇଥିବା ବେଳେ ଜଳସ୍ତର ରହିଛି ୬୨୫.୦୪ଫୁଟ । ଏବେ ହୀରୀକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୮୫ ହଜାର ୨୯୧ ଘନ ଫୁଟ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪ଲକ୍ଷ ୩୪ ହଜାର ୦୦୮ ଘନ ଫୁଟ । ମୁଣ୍ଡଳିରେ ୧୧ରୁ ଅଧିକ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।
Related Posts
ପାରିବାରିକ କଳହ ! ସ୍ତ୍ରୀର ତଣ୍ଟିକାଟି ହତ୍ୟା କଲା ସ୍ୱାମୀ
30 January 2023
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023