କମୁଛି ଜଳସ୍ତର, ବନ୍ଦ ହେଲା ହୀରାକୁଦରେ ଆଉ ୬ ଗେଟ୍
20/08/2022 at 1:15 PM

ସମ୍ବଲପୁର ୨୦।୦୮: କମୁଛି ଜଳସ୍ତର , ବନ୍ଦ ହେଲା ହୀରାକୁଦରେ ଆଉ ଗେଟ୍ । ଶନିବାର ପ୍ରଥମେ ୪ଟି ଗେଟ୍, ଆଉ ଏବେ ୬ଟି ଗେଟ୍ ବନ୍ଦ ହୋଇଛି । ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।
ଖବର ଅନୁଯାୟୀ, ଉପରମୁଣ୍ଡରେ ବର୍ଷା କମିଥିବାରୁ ହୀରାକୁଦ ଜଳଭଣ୍ଡାରେ ପାଣିର ସ୍ତର କମିବାରେ ଲାଗିଛି । ଏବେ ଜଳଭଣ୍ଡାରରେ ଧୀରେ ଧୀରେ ପାଣି କମିବା ପରେ ଗେଟ୍ ମଧ୍ୟ ବନ୍ଦ କରାଯାଉଛି । ଶନିବାର ସକାଳେ ପ୍ରଥମେ ୪ଟି ଗେଟ୍ ବନ୍ଦ ହୋଇଥିବା ବେଳେ ଏବେ ଆଉ ୬ଟି ଗେଟ୍କୁ ବନ୍ଦ କରାଯାଇଛି । ଏବେ ସୁଦ୍ଧା ମୋଟ ୧୦ଟି ଗେଟ୍ ବନ୍ଦ ହୋଇଛି । ଜଳଭଣ୍ଡାରରୁ ମୋଟ ୧୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଚାଲିଛି । ଡାହାଣ ପଟେ ୪ଟି ଗେଟ୍ ଖୋଲିଥିବା ବେଳେ ବାମ ପଟେ ୬ଟି ଗେଟ୍ ଖୋଲିଛି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023