ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
25/08/2018 at 2:35 PM

ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ,ଜଳ ପରିଚାଳନା ଓ ପଟୁମାଟି ସଂପର୍କିତ ଉଚ୍ଚସ୍ତରୀୟ ଆନ୍ତଃରାଜ୍ୟ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି କଲ୍ମା ବ୍ୟାରେଜ୍ ହେଉ କି, ଅନ୍ୟ ୫ଟି ବ୍ୟାରେଜ୍, ଗେଟ୍ ଖୋଲି ପାଣି ଛାଡିବାର ୭୨ଘଣ୍ଟା ପୂର୍ବରୁ, ଛତିଶଗଡ ଜଳସଂପଦ ବିଭାଗ, ସୂଚନା ପ୍ରଦାନ କରିବ। ହଠାତ୍ ଗେଟ୍ ଖୋଲି ପାଣି ଛାଡିବନି । ଆବଶ୍ୟକସ୍ଥଳେ ବନ୍ୟାନିୟନ୍ତ୍ରଣ,ଜଳପରିଚାଳନା ପାଇଁ ଉଭୟ ରାଜ୍ୟ ସମନ୍ବୟ ରଖିବ। ଏହାଦ୍ବାରା କେରଳରେ ପ୍ରଳଙ୍କରୀ ବନ୍ୟା ଭଳି ପରିସ୍ଥିତିରୁ, ରକ୍ଷା ମିଳିବ ବୋଲି ମତ ପ୍ରକାଶ ପାଇଛି ।