କଲ୍‌ମାର ସବୁ ଗେଟ୍‌ ବନ୍ଦ ହୋଇଛି, ପୂର୍ବ ତୁଳନାରେ ବହୁତ କମ୍‌ ପାଣି ଆସୁଛି

Published By : Prameya-News7 Bureau | January 19, 2023 IST

ସମ୍ବଲପୁର ୧୯।୦୧ : ଆଜି ହୀରାକୁଦ ଜଳ ଭଣ୍ଡାରକୁ ଜଳପ୍ରବେଶ ବନ୍ଦ ରହିଛି । ଡ୍ୟାମ୍‌ କର୍ତ୍ତୃପକ୍ଷ ଦେଇଥିବା ତଥ୍ୟ ଅନୁସାରେ, ପ୍ରତି ସେକେଣ୍ଡରେ ଜଳ ଭଣ୍ଡାରକୁ ୬୫ କ୍ୟୁସେକ ଜଳ ପ୍ରବେଶ କରୁଛି । ଯାହା ସଂଖ୍ୟା ଗଣିତ ତୁଳନାରେ ଅତି ନଗଣ୍ୟ ବା ଶୂନ କହିଲେ ଭୁଲ ହେବ ନାହିଁ ।

{"id":289957,"sizeSlug":"full","linkDestination":"none"}

ତେବେ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ୮ହଜାର ୧୮୦ କ୍ୟୁସେକ ଜଳ ଖର୍ଚ୍ଚ କରୁଥବା ବେଳେ ୬୫ କ୍ୟୁସେକ ଜଳ ପ୍ରବେଶ କରିବା ଶୂନ ସହିତ ସମାନ । ଗତ ବର୍ଷ ଆଜିର ଦିନରେ ଜଳଭଣ୍ଡାରକୁ ୯ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଆଜି ୬୫ କ୍ୟୁସେକ ଜଳ ପ୍ରବେଶ କରୁଛି । କଲମାର ସବୁ ଗେଟ ବନ୍ଦ ହେଲା ପରେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଛି । ଗୁରୁବାର  ଦିନ  ଜଳସ୍ତର  ୬୨୪.୬୭ ଫୁଟ ରହିଥିବାବେଳେ ଏହା କ୍ରମଶଃ ହ୍ରାସ ପାଉଛି ।

{"id":735008,"sizeSlug":"full","linkDestination":"none"}
newindianexpress

ତେବେ ଏହାର କୌଣସି ପ୍ରଭାବ ପଡିବନି ବୋଲି ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି । ଯେମିତି ଜଳସେଚନ ଓ ବିଦ୍ୟୁତ ଉତ୍ପାଦନ ଆଗକୁ ସୁରୁଖୁରୁରେ ହୋଇପାରିବ ସେନେଇ ପରିଚାଳନା କରାଯାଉଥିବା ସେ କହିଛନ୍ତି । ଅକ୍ଟୋବରୁ କଲମା ବନ୍ଦ ହୋଇଥିବା ମୁଖ୍ୟଯନ୍ତ୍ରୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.