ହୀରାକୁଦରୁ ଛଡାଯିବ ଚଳିତବର୍ଷର ପ୍ରଥମ ବନ୍ୟାଜଳ, ଜୁଲାଇ ୨୩ରେ ଖୋଲିବ ଗେଟ୍

Published By : Prameya-News7 Bureau | July 20, 2023 IST

ସମ୍ବଲପୁର ୨୦୭: ବଢୁଛି ଜଳସ୍ତର । ହୀରକୁଦ ଜଳଭଣ୍ଡାରରେ ଲଗାତର ଭାବେ ବଢିଚାଲିଛି ଜଳସ୍ତର । ଫଳରେ ହୀରାକୁଦ ଜଳଭଣ୍ଡାରରୁ ଛଡାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ଜୁଲାଇ ୨୩ ତାରିଖରେ ହୀରାକୁଦ ଡ୍ୟାମ୍‌ର ଗେଟ୍ ଖୋଲିବ । ବାମ ପାର୍ଶ୍ବର ୭ ନମ୍ବର ଗେଟ୍‌ଟି ପ୍ରଥମେ ଖୋଲାଯିବ । ଆସନ୍ତା ରବିବାର ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ହୀରାକୁଦ ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସିତ ହେବ । ଫଳରେ ମହାନଦୀ ଓ ଶାଖାଗୁଡିକରେ ଜଳସ୍ତର ବୃଦ୍ଧି ପାଇବ । ଏନେଇ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ସତର୍କତା ଜାରି କରିଛନ୍ତି । ତଳମୁଣ୍ଡର ୧୪ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଯାଇଛି । ଇନ୍‌ଫ୍ଲୋ ଦେଖି ସମୁଦାୟ କେତୋଟି ଗେଟ୍ ଖୋଲାଯିବ ସେ ନେଇ ସୂଚନା ଦେଇଛନ୍ତି ।

wp:embed {"url":"https://www.prameyanews7.com/hirakud-water-update-today/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hirakud-water-update-today/
/wp:embed

ସୂଚନାଯୋଗ୍ୟ ଯେ, ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୬୩୦ ଫୁଟ ଥିବାବେଳେ ଗୁରୁବାର ଜଳସ୍ତର ବୃଦ୍ଧି ପାଇ ୬୧୧.୫୨ ଫୁଟରେ ପହଞ୍ଚି ସାରିଛି । ବର୍ତ୍ତମାନ ପ୍ରତି ସେକେଣ୍ଡରେ ୧ ଲକ୍ଷ ୪୦ ହଜାର ୪୮ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ତେବେ ଉପରମୁଣ୍ଡରେ ପ୍ରବଳ ବର୍ଷା ଓ ଇନଫ୍ଲୋ ବଢିବା କାରଣରୁ ଜଳସ୍ତର ବୃଦ୍ଧି ପାଉଛି ।

You Can Read :

wp:embed {"url":"https://www.prameyanews7.com/orange-warning-for-six-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/orange-warning-for-six-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.